ଜିଲ୍ଲା ପରିକ୍ରମା

ବିପୁଳ ପରିମାଣର ନକଲି ଜର୍ଦ୍ଦା ଖୋଳ ଜବତ, ଥାନାରେ ଜଣେ ଅଟକ

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ରାତିରେ ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ବଙ୍କସାହିର ଜନୈକ ବ୍ୟକ୍ତିଙ୍କ ଘରୁ ବ୍ୟାପକ ପରିମାଣର ନକଲି ଜର୍ଦ୍ଦା ଖୋଳ ଠାବ କରାଯାଇଛି । ଏବଂ ବୁଧୁବାର ହାଟ ନିବାସୀ ସେକ୍ ରୋହନ ନାମକ ବ୍ୟକ୍ତିକୁ ଅଟକ ରଖାଯାଇ ତଦନ୍ତ ଚାଲୁରହିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କୌଣସି ସୂତ୍ରରୁ ଖବର ପାଇ ଆଜି ଏସ୍ଡିପିଓ ଜଳନ୍ଧର ଜାଲିଙ୍କ ନେତୃତ୍ୱରେ ସହରାଞ୍ଚଳ ଥାନାଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ବଙ୍କସାହିର ଅବଦୁଲ ହୋସେନ ନାମକ ଜଣେ ଟେଲରିଂ ମାଷ୍ଟରଙ୍କ ଘର ଉପରେ ଚଢାଉ କରିଥିଲେ । ଏହି ଚଢାଉ କାଳରେ ଅବଦୁଲ ହୋସେନ ଘରେ ନଥିବାବେଳେ ତାଙ୍କର ପତ୍ନୀ ଓ ଦୁଇଝିଅଙ୍କ ଉପସ୍ଥିତିରେ ଘର ଭିତର ଓ ସିଡିଘର ତଳୁ ବିପୁଳ ପରିମାଣର ବିଭିନ୍ନ ନାମୀଦାମୀ କଂପାନୀର ଜର୍ଦ୍ଦା ଖୋଳ ଜବତ କରାଯାଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାଯାଏ ଉକ୍ତ ଗୃହ ମାଲିକ ଅବଦୁଲ ହୋସେନ ଭୁବନେଶ୍ୱରରେ ଟେଲରିଂ ମାଷ୍ଟର ଭାବେ କାର୍ଯ୍ୟ କରନ୍ତି । ଏଠାରେ ଘରେ କେବଳ ପତ୍ନୀ ଓ ଦୁଇଝିଅ ରହନ୍ତି । ଗତ କିଛିଦିନ ତଳେ ତାଙ୍କର ଜଣେ ସଂପର୍କୀୟ ବୁଧୁବାର ହାଟ ନିବାସୀ ସେକ୍ ରୋହନ ଏହି ସରଞ୍ଜାମ ଗୁଡିକ ତାଙ୍କ ଘରେ ଆଣି ଗଚ୍ଛିତ ରଖିଥିଲା । ମାତ୍ର ପୁଲିସ୍ ସେଗୁଡିକୁ ଆଜି ଜବତ କରି ନକଲି ଜର୍ଦ୍ଦା ଖୋଳ ରଖିଥିବା ସେକ୍ ରୋହନକୁ ଥାନାକୁ ନେଇ ଅଟକ ରଖି ପଚରା ଉଚୁରା କରୁଛି । ଯଦିଓ ଉକ୍ତ ଘରୁ କୌଣସି ନକଲି ଜର୍ଦ୍ଦା ସାମଗ୍ରୀ ଓ ମେସିନ୍ ଜବତ କରାଯାଇନାହିଁ, ତେବେ ସ୍ଥାନୀୟ କେତେକ ଲୋକଙ୍କ କହିବା ମୂଳେ ସଂପୃକ୍ତ ଚୋରା ବ୍ୟବସାୟୀ ଖାଲିଖୋଳ ଗୁଡିକ ଏଠାରେ ରଖିବା ପରେ ହୁଏତ ମେସିନ୍ ଓ ସାମଗ୍ରୀ ଆଣି ବ୍ୟବସାୟ କରିଥାନ୍ତା । ତାହାପୂର୍ବରୁ ପୁଲିସ୍ ଆଖିରେ ଧରାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top