ବିପୁଳ ପରିମାଣରେ ଦେଶୀ ମଦ ଜବତ ,୩ ଗିରଫ

ଯାଜପୁର-୧୨/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଓ ଧର୍ମଶାଳା ପୋଲିସ ସୋମବାର ରାତିରେ ୩ଟି ପୃଥକ ପୃଥକ ସ୍ଥାନରେ ଚଢାଉ ୬୨ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି । ଚୋରା ଦେଶୀ ମଦ ବେପାରୀ ୩ ଜଣ ହେଲେ ମର୍ଜିତାପୁର ପଞ୍ଚାୟତର ଭରତ ଜେନା (୨୩) , ଅଣ୍ଟିଆ ପଞ୍ଚାୟତ ନବଘନ ମହାନ୍ତି (୪୦) ଓ ଧର୍ମଶାଳା୍ାନା ବାଲିଗରି ଗ୍ରାମର ସତ୍ୟ ସାହୁ(୪୨) । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜେନାପୁର ପୋଲିସ ଏସ.ଆଇ ରମେଶ ସାହାଣୀଙ୍କ ନେତୃତ୍ୱରେ ଏକ ୬ଜଣିଆ ଦଳ ମଟର ସାଇକେଲ ଯୋଗେ ଅଣ୍ଟିଆ ବଜାରକୁ ଯାଇ ଏକ ପରିତ୍ୟକ୍ତ ଚାଳିଆ ଘରେ ଚୋରାରେ ବିକ୍ରି କରୁଥିବା ନବଘନକୁ ଗିରଫ କରିବା ସହ ତା ନିକଟରୁ ୧୨ ଲିଟର ଦେଶୀ ମଦ ଜବତ କରିଥିଲେ । ସେହିପରି ମର୍ଜିତାପୁର ପାଣି ଟାଙ୍କି ନିକଟରେ ଚଢଉ କରି ୩୦ ଲିଟର ଦେଶୀ ମଦ ଜବତ କରିବା ସହ ଭରତକୁ ଗିରଫ କରାଯାଇଥିଲା । ମଦ ବ୍ୟବସାୟୀ ମାନେ ପୋଲିସର ଗାଡି ଦେଖି ଲୁଚି ଯାଉଥିବାରୁ ମଟର ସାଇକେଲ ରେ ଏହି ଅଭିଯାନ କରାଯାଇଥିଲା । ଧର୍ମଶାଳା ପୋଲିସ ବାଲିଗରିର ସତ୍ୟ ସାହୁ ଘର ଉପରେ ଚଢାଉ କରି ୨୦ ଲି. ବିଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରିଥିଲେ । ସେମାନଙ୍କୁ ଆଜି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛିି । ପ୍ରକାଶ ଥାଉକି ଧର୍ମଶାଳା ଓ ଜେନାପୁର ଥାନା ଅଞ୍ଚଳରେ ବ୍ୟାପକ ଦେଶୀ ଓ ବିଦେଶୀ ମଦର ଚୋରା ବ୍ୟବସାୟ ବୃଦ୍ଦି ପାଇଥିବାରୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅଧିକରୁ ଅଧିକ ଚଢାଉ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *