ବିପୁଳ ଅର୍ଥ ସହ ସମ୍ବଲପୁରର ବ୍ୟବସାୟୀ ଛତିଶଗଡ଼ ପୋଲିସ ଦ୍ୱାରା ଅଟକ

ସମ୍ବଲପୁର, ୧/୯ (ଓଡ଼ିଆ ପୁଅ) – ସମ୍ବଲପୁରରୁ ଏକ ନମ୍ବର ବିହୀନ ନୂତନ କାର୍ ରେ ରାୟପୁର ଯାଉଥିବା ଟ୍ରାନ୍ସପୋର୍ଟର ବ୍ୟବସାୟୀ କ୍ଷେତରାଜପୁର ଥାନା ବଡ଼ବଜାରର ଅନୁରାଗ ସୌରି ଓ ତାଙ୍କ ଦୁଇ ବନ୍ଧୁ ଗୁରୁବେଶ ସିଂ, ଈଶ୍ୱର ରାଓଙ୍କୁ ଛତିଶଗଡ଼ ରାଜ୍ୟ ସିଂଘୋଡ଼ା ଥାନା ପୋଲିସ ଅଟକ ରଖିଛି। ସେମାନଙ୍କ ନିକଟରୁ ନଗଦ ୮୭ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି। ଆବଶ୍ୟକ କାଗଜପତ୍ର ଓ ଟଙ୍କାର ହିସାବ ଦେଖାଇ ପାରି ନଥିବାରୁ ତାଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଏ ନେଇ ଥାନାରେ ୧୦୨ରେ ଏକ ମାମଲା ରୁଜୁ ହୋଇଛି। ସେମାନେ ଉକ୍ତ ଜବତ ଟଙ୍କା ଟ୍ରାନ୍ସପୋର୍ଟରଙ୍କ ବୋଲି ପୋଲିସକୁ କହିଥିଲା ବେଳେ ସେଠାକାର ଆୟକର ବିଭାଗ ଏହାର ଛାନ୍ ଭିନ୍ ଚଳାଇଥିବା ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ନମ୍ବର ବିହୀନ କାର୍ ରେ ୩ ଯୁବକ ମଙ୍ଗଳବାର ରାୟପୁର ଅଭିମୁଖେ ବାହାରିଥିଲେ। ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ସିଂଘୋଡ଼ା ଥାନା ପୋଲିସ ହାବୁଡ଼ରେ ପଡ଼ିଥିଲେ। କାରର୍ ତଲାସି ନେବା ସମୟରେ ଲକ୍ଷାଧିକ ଟଙ୍କା ମିଳିଥିଲା।(ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *