ଗଜପତି

ବିପର୍ଯ୍ୟୟ ପ୍ରଶମନ ମକ୍ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, ୧୩ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ହେବାକୁ ଥିବା ମକ୍ଡି୍ରଲ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଆଗକୁ ବର୍ଷା ଋତୁ ଆସୁଥିବା ଯୋଗୁ ବନ୍ୟା ବାତ୍ୟା ଇତ୍ୟାଦି ପ୍ରାକୃତିକ ଦୁର୍ବିପାକ ଘଟିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଗଜପତି ଜିଲା ପୁର୍ବରୁ ଅନେକ ଥର ପ୍ରାକୃତିକ ବିପର୍ଯ୍ୟୟର ସମୁଖିନ ମଧ୍ୟ ହୋଇଛି। ତେଣୁ ଏହି ବିପର୍ଯ୍ୟୟକୁ ପ୍ରଶମନ କରିବା ପାଇଁ ଆଗାମି ଦିନରେ ଜିଲା ପ୍ରଶାସନ ପକ୍ଷରୁ ଏକ ମକ୍ ଡି୍ରଲ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଗୁଡିକ ନିଜ ନିଜର ଭୁମିକା କିପରି ଭାବେ ନିର୍ବାହ କରିବେ ଏବଂ ସେଥିପାଇଁ କିପରି ପ୍ରସ୍ତୁତି ହୋଇ ଆସିଲେ ସେବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଅଗ୍ନିଶମ ବିଭାଗ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ପ୍ରସ୍ତୁତ ରହି ବିପର୍ଯ୍ୟୟ ପ୍ରଶମନ ପାଇଁ କାର୍ଯ୍ୟ କରିବ ସେଗୁଡିକ ମକ୍ଡି୍ରଲ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ସେହିପରି ସ୍ୱାସ୍ଥ୍ୟ ବିଭାଗ, ଯୋଗଣ ବିଭାଗ, ପୋଲିସ ବିଭାଗ ନିଜ ନିଜର ପ୍ରସ୍ତୁତି ସମ୍ପର୍କରେ ଉକ୍ତ ମଗଡି୍ରଲ କାର୍ଯ୍ୟକ୍ରମରେ ସମ୍ପୁର୍ଣ୍ଣ ବିବରଣୀ ଦେବେ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଧୃବରାଜ ପାଣ୍ଡେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ଅନାମ ଚରଣ ପାତ୍ର, ଅତିରିକ୍ତ ଅଗ୍ନିଶମ ଅଧିକାରୀ ପ୍ରଦିପ କୁମାର ବେହେରା, ପୋଲିସ ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଜରୁରୀ କାଳିନ ଅଧିକାରୀ ସତ୍ୟସମ୍ପର୍ଣ୍ଣା ରାଉତ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top