ବିପର୍ଯ୍ୟସ୍ଥ ସ୍ୱାସ୍ଥ ସେବା, ପ୍ରତିବାଦରେ ସିଭିଲ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନସନ ଆରମ୍ଭ….

କେନ୍ଦୁଝର ୩-୫ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ର ବଡବିଲ ପ୍ରାଥମିକ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ ସେବା, ପ୍ରତିବାଦରେ ସିଭିଲ ସୋସାଇଟି ପକ୍ଷରୁ ଆଜି ଠାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନସନ ଆରମ୍ଭ। ସୋସାଇଟିର ଅଭିଯୋଗ ଅନୁସାରେ ବଡବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୂଷୁଡି ପଡିଛି ସ୍ୱାସ୍ଥ ସେବା। ସ୍ୱାସ୍ଥ କେନ୍ଦ୍ରରେ ୭ ଜଣ ଡାକ୍ତରଙ୍କ ବଦଳରେ ଅଛନ୍ତି ମାତ୍ର ୨ ଜଣ ଡାକ୍ତର ତାଙ୍କ ମଧ୍ୟରୁ ଜଣେ ପ୍ରାୟତଃ ଆସନ୍ତି ନାହିଁ, ୨ ଜଣ ଫାର୍ମାସିଷ୍ଟ ସ୍ଥନରେ ଅଛନ୍ତି ଜଣେ, ତିନି ଜଣ ଆଟେନାଣ୍ଡଙ୍କ ବଦଳରେ ଅଛନ୍ତି ଜଣେ। ବଡବିଲ ଅନ୍ ଚଳଟି ଖଣି ଖାଦାନରେ ଅନ୍ ଚଳ ହୋଇଥିବାରୁ ଏଠାରେ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟି ଲୋକେ ଚିକିତ୍ସା ଟିକକ ନପାଇଁ ଯନ୍ତ୍ରଣା ରେ ଛଟପଟ ହୋଇ ମୃତ୍ୟୁ ମୁଖରେ ପଡିଥାନ୍ତି। ଏପରିକି ସ୍ୱାସ୍ଥ କେନ୍ଦ୍ରରେ ଟ୍ରମା କେୟାର ସେଣ୍ଟର, ବ୍ଲଡ ବ୍ୟାଙ୍କ, ଏକ୍ସରେ ମେସିନ, ଅଲଟ୍ରା ସାଉଣ୍ଡ ଆଦି ସେମିନ ଓ ଆନୁସଙ୍ଗିକ ବ୍ୟବସ୍ଥା ଆଦି ମଧ୍ୟ ନାହିଁ। ଏହି ଜିଲ୍ଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ଦେଉଛି। ହେଲେ ଏହି ଜିଲ୍ଲାର ଲୋକେ ସ୍ୱାସ୍ଥ୍ୟ ସେବା ଟିକିଏ ନ ପାଇ ପୋକ ମାଛି ପରି ମରୁଛନ୍ତି। ଏହି ଜିଲ୍ଲାର ଡି.ଏମ୍ .ଏଫ. ଫଣ୍ଡର କୋଟି କୋଟି ଟଙ୍କା ଯାଇ ଅନ୍ୟ ଜିଲ୍ଲାର ସୌନ୍ଦର୍ଯ୍ୟ କରଣରେ ଖର୍ଚ୍ଚ ହେଉଛି। ଆଉ ଏହି ଜିଲ୍ଲାଟି ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଆଦିବାସୀ ଲୋକଙ୍କୁ ସରକାର ଓ ଜିଲ୍ଲା ପ୍ରଶାସନ ଅଣଦେଖା କରି ସାଧାରଣ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ଟିକିଏ ଯୋଗାଇ ନଦେଇ ମରଣ ମୁହଁକୁ ଠେଲି ଦେଇଛନ୍ତି। ଏହାରି ପ୍ରତିବାଦ ଚଳିତ ମାସ ୧ ତାରିଖରେ ସିଭିଲ ସୋସାଇଟିର ସଭ୍ୟମାନେ ବଡବିଲଠାରୁ ପାଦରେ ଚାଲି ଚାଲି ଆସି ଜିଲ୍ଲାପାଳ ଆମରଣ ଆନସନରେ ବସିଛନ୍ତି ଓ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ନ ଯିବା ପର୍ଯ୍ୟନ୍ତ ଏହି ଆମରଣ ଅନସନ ଜାରି ରହିବ ବୋଲି ସୋସାଇଟି ପକ୍ଷରୁ ଚେତାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *