ଅନୁଗୁଳ

ବିପର୍ଯ୍ୟସ୍ତ ଅବସ୍ଥାରେ ଝରାବାନ୍ଧୁଲୀ ରାସ୍ତା

ଅନୁଗୋଳ, ୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ପଂଚାୟତ ଅନ୍ତର୍ଗତ ଅଙ୍ଗପଡ଼ା ଗ୍ରାମର ଝରାବାନ୍ଧୁଲୀ ସାହି ରାସ୍ତା ଏବଂ କଲଭର୍ଟ ଚଳିତ ବର୍ଷାରେ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ସାହିର ଏହି ଏକମାତ୍ର ମୁଖ୍ୟ ରାସ୍ତାରେ ଏବେ ପ୍ରବଳ ମାତ୍ରାରେ କାଦୁଅ ଭରି ରହିଥିବାରୁ ସାଧାରଣ ଲୋକେ ତଥା ଛାତ୍ରଛାତ୍ରୀମାନେ ଯାଆସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଙ୍ଗପଡ଼ା ପଂଚାୟତ ମାନ୍ୟବର ଆଠମଲ୍ଲିକ ବିଧାୟକଙ୍କ ନିଜସ୍ୱ ପଂଚାୟତ ହୋଇଥିଲେ ହେଁ ଏଠାରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିନ୍ତୁ ରାସ୍ତାର ଉନ୍ନତିକରଣ ନିମନ୍ତେ କାହାର ଦୃଷ୍ଟି ପଡ଼ୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଂଚଳର ଯୁବ ସମାଜସେବୀ ଜିତେନ୍ଦ୍ର ସାହୁ ଉକ୍ତ ବିପର୍ଯ୍ୟସ୍ତ ରାସ୍ତା ଏବଂ ଭାଙ୍ଗି ଯାଇଥିବା କଲଭର୍ଟକୁ ଯଥାଶୀଘ୍ର ମରାମତି କରିବାକୁ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top