ଜିଲ୍ଲା ପରିକ୍ରମା

ବିପନ୍ନ ପରିବାରକୁ ସହାୟତା ପ୍ରଦାନ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଗତ ୨୬/୧୨/୧୭ରିଖରେ ଜଳଦା ପଞ୍ଚାୟତ ବାଙ୍କତିରା ଗାଁର ପୂର୍ଣ୍ଣଚନ୍ଦ୍ର ଘଡାଇଙ୍କ ଗୃହଟି ଅଚାନକ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଯାହା ଫଳରେକି ପରିବାରଟି ବିପନ୍ନ ହୋଇପଡିଥିଲା। ତହସିଲ ତରଫରୁ ତଦନ୍ତ କରାଯାଇ ପଲିଥିନ୍ ମଧ୍ୟ ପ୍ରଦାନ କରାଯାଇଥିଲା। ସେହି ପରିପ୍ରେକ୍ଷିରେ ଆଜି ଉକ୍ତ ପଞ୍ଚାୟତର ସମ୍ପେଇ(ଖରିଦା) ଗ୍ରାମର ମା’ତାରିଣୀ ୟୁଥ୍ କ୍ଲବ ତରଫରୁ ବିପନ୍ନ ପୂର୍ଣ୍ଣଚନ୍ଦ୍ର ପରିବାରକୁ ୧୨୦୦ଶହ ଟଙ୍କା, ୨ଗୋଟି କମ୍ବଳ, ବାସନକୁସନ ଓ ଚାଉଳପନିପରବା ସହିତ ପିନ୍ଧାବସ୍ତ୍ର ଇତ୍ୟାଦି ପ୍ରଦାନ କରିଛନ୍ତି। ଏଥିରେ ମନରଞ୍ଜନ ଜେନା, ପ୍ରଦୀପ୍ତ ମାହାନା, ମନରଞ୍ଜନ ଜେନା, ଗଣେଶ ମହାନ୍ତି, ବିଦୁ, ବାଙ୍କୁ, ସନ୍ତୋଷ ଓ ଆଲୋକଙ୍କ ସମେତ କ୍ଲବର ଅନ୍ୟକର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ଗତ ୨୯/୧୨/୧୭ରିଖ ଉକ୍ତ ବ୍ଲକର ବର୍ତ୍ତନା ପଞ୍ଚାୟତ ଘିଗଡିଆ ଗାଁର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ବସନ୍ତ ଯେନାଙ୍କର ଶବ ସତ୍କାର ପାଇଁ ଖଇରା ତହସିଲଦାରଙ୍କ ଦ୍ୱାରା ରେଡକ୍ରସରୁ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top