ବିପଦ: ସରଣ୍ଡାର ୩ଟି ସ୍ଥାନରେ ନକ୍ସଲଙ୍କ କ୍ୟାମ୍ପ!

ରାଉରକେଲା ୧୩/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ପୁଣିଥରେ ନକ୍ସଲ ମାନେ ସରଣ୍ଡାକୁ ନିଜର ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରିବା ଆରମ୍ଭ କରିଦେଲେଣି। ଏପରିକି ସରଣ୍ଡା ଜଙ୍ଗଲର ୩ଟି ସ୍ଥାନରେ ସୋମନେ ବଡ଼ କ୍ୟାମ୍ପ କରି ସେଠାରେ ତାଲିମ ମଧ୍ୟ ନେଉଛନ୍ତି। ହେଲେ ଯେଉଁ ସ୍ଥାନରେ ନକ୍ସଲଙ୍କ କ୍ୟାମ୍ପ ରହିଛି ସେଠାକୁ ଯବାନ ମାନେ ଯାଇ ପାରୁ ନାହାନ୍ତି। ଓଡ଼ିଶା- ଝାଡଖଣ୍ଡ ସୀମାରେ ଥିବା ସରଣ୍ଡା ଜଙ୍ଗଲକୁ ନକ୍ସଲ ମୁକ୍ତ କରିବା ଲାଗି ଦୀର୍ଘ ଦିନ ହେଲା ଉଭୟ ରାଜ୍ୟ ଯୋଜନା କରି ଚାଲିଛନ୍ତି। ହେଲେ ସେଥିରେ ସେମାନଙ୍କୁ ସେତେଟା ସଫଳତା ମିଳିପାରୁ ନାହିଁ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସରଣ୍ଡାର ଗୋଏଲକେରା, ଗୋଆ, ସାଙ୍ଗାଜାଟା, ପୋଡ଼ାହାଟ, ରୁଣ୍ଡୁ ଚାଣ୍ଡିଲ, ଓ କଲାହ୍ନ ଅଂଚଳରେ ରାତି ସମୟରେ ଅସ୍ତ୍ରଶସ୍ତ୍ର ଧରି ନକ୍ସଲ ମାନେ ବିଚରଣ କରୁଛନ୍ତି। ଏପରିକି କଲ୍ଲାହ, ଗୋଏଲକେରା, ଓ ପୋଡ଼ାହାଟ ଠାରେ ନକ୍ସଲ ମାନେ ବଡ଼ କ୍ୟାମ୍ପ କରିଛନ୍ତି। ଏହି କ୍ୟାମ୍ପ ଗୁଡ଼ିକରେ ତାଲିମ ମଧ୍ୟ ଦିଆଯାଉଛି। ଯେଉଁ ସ୍ଥାନ ମାନଙ୍କରେ ଏହି କ୍ୟାମ୍ପ ଗୁଡ଼ିକ ଅଛି ସେହି ଘଂଚ ଜଙ୍ଗଲ ଭିତରେ ରହିଥିବାରୁ ଡ୍ରୋନ କ୍ୟାମେରା ସଠିକ ଚିତ୍ର ଉତୋଳନ କରି ପାରୁନାହଁ। ଫଳରେ ଯବାନ ମାନେ ଅପରେସନ ଲାଗି ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ମୋଷ୍ଟ ୱାଟେଂଡ଼ ତାଲିକାରେ ଥିବା ପ୍ରଶାନ୍ତ ବୋଷ ଏହି ତିନୋଟି କ୍ୟାମ୍ପର ଦାୟିତ୍ୱରେ ଅଛନ୍ତି। ଗୋଟିଏ ଲେଖାଏଁ କ୍ୟାମ୍ପରେ ୪୦ରୁ ଅଧିକ ନକ୍ସଲ ରହୁଛନ୍ତି। ଘଂଚ ଜଙ୍ଗଲ ସାଙ୍ଗକୁ ବଡ଼ ବଡ଼ ପଥର ଖଣ୍ଡ ଥିବାରୁ ନକ୍ସଲ ମାନେ ଲୁଚି ରହୁଛନ୍ତି। ଆଗାମୀ ଦିନରେ କୌଣସି ବଡ଼ ଧରଣର ଆକ୍ରମଣ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

Leave a Reply

Your email address will not be published. Required fields are marked *