ଜିଲ୍ଲା ପରିକ୍ରମା

ବିପଦ ସଙ୍କୁଳ ଅବସ୍ଥାରେ ଲାଞ୍ଜି ଏଏନଏମ ସେଣ୍ଟର

ଖଡିଆଳ/ନୂଆପଡା-୧୮.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମ ଠାରେ ଥିବା ଏଏନଏମ ସେଣ୍ଟର ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଏଏନଏମ ଗୃହ ଦୀର୍ଘ ବର୍ଷରୁ ମରାମତୀ କରାଯାଇନଥିବା ବେଲେ ଛାତରୁ ସିମେଣ୍ଟ ଖଣ୍ଡ ଗୁଡିକ ପଡୁଥିବା ଦେଖିବାକୁ ମିଳୁଛି। ବର୍ଷା ମାସରେ ବର୍ଷା ପାଣି ଗଳୁଥିବା ବେଲେ ଏହି ସେଣ୍ଟରର ସନ୍ତସନ୍ତିଆ ଅବସ୍ଥାରେ ରହିଛି। ମରାମତୀ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳି ପାରୁନଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷରୁ ଏହି ସେଣ୍ଟର ନିର୍ମାଣ ହୋଇଥିବା ବେଲେ ଗୃହଟି ଦୁର୍ବଳ ଅବସ୍ଥାରେ ରହିଛି। ଫଳରେ ଏହି ଘରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ଉଚ୍ଚ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ନୁତନ ଏଏନଏମ ସେଣ୍ଟର ନିର୍ମାଣ କରିବା ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top