କେନ୍ଦୁଝର

ବିପଦ ସଂଙ୍କୁଳ ଅବସ୍ଥାରେ ରୋହି ପ୍ରାଥମିକ ବିଦ୍ୟାଳୟ

ହରିଚନ୍ଦନପୁର, ତା ୦୫.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିନସ୍ଥ ଭଅଁରପୁର ଗ୍ରାମପଞ୍ଚାୟତର ରେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଏବେ ବିପଦ ସଂଙ୍କୁଳ ଅବସ୍ଥାରେ ଗତି କରୁଛି। ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ର ଛାତ୍ରୀମାନେ ରୋହି ପ୍ରାଥମିକ ବିଦ୍ୟାଳୟରେ ପାଠାୟନ କରୁଥିବା ବେଳେ ସେମାନଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାର ଦେଖିବାକୁ ମିଳିଛି।ଆଦିବାସୀ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ନହେବାକୁ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ସଂସ୍ଥା ମାଧ୍ୟମରେ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ବର୍ତମାନ ଦିନରେ ସେସବୁକୁ ଦେଖିଲେ ତାହା ପ୍ରହସନ ଭଳି ମନେ ହେଉଛି। ଏଅଞ୍ଚଳର ଆଦିବାସୀ ଛାତ୍ର ଛାତ୍ରୀ ମାନେ ଶିକ୍ଷାରୁ ବଞ୍ଚିତ ନହେଇ ଶିକ୍ଷାଦାନ କରି ଶିଖିତ ହେବାକୁ ନେଇ ସରକାରଙ୍କ ଅନୁଦାନ ରାଶି ଖର୍ଚ୍ଚ ହୋଇ ଗତ ୨୮/୨/୧୯୮୬ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ କରାଯାଇଥିଲା। ସରକାରୀ ବାବୁ ମାନଙ୍କ ଖାମିଖିଆଲି ମନୋଭାବକୁ ନେଇ ଦିର୍ଘଦିନ ଧରି ବିଦ୍ୟାଳୟଟିର ମରାମତି କାର୍ଯ୍ୟ କରାନଯିବାକୁ ନେଇ ବର୍ତମାନ ଶ୍ରେଣୀ ଗୃହ ଗୁଡିକର ଦୁରାବସ୍ଥା ଦେଖିବାକୁ ମିଳିଛି। ଛାତ୍ର ଛାତ୍ରୀମାନେ ପାଠ ପଢାରେ ମନ ନଦେଇ ଡରି ଡରି ଶ୍ରେଣୀ ଗୃହ ମଧ୍ୟରେ ବସିବା ସହ ନିଜ ନିଜ ଜୀବନକୁ ବାଜି ଲଗାଉଥିବାର ଦୃଶ୍ୟମାନ ହେଉଛି। ଗୋଟିଏ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଗୃହଟିର କାନ୍ଥଗୁଡିକ ଫାଟି ଆଁ କରିଥିବାର ଦେଖିବାକୁ ମିଳିଛି। ଗୋଟିଏ ନୂତନ ଗୃହ ସରକାରଙ୍କ ଅନୁଦାନରୁ ହୋଇଥିଲେ ମଧ୍ୟ ତାହା ଅଧପାନ୍ତରାରେ ୫ବର୍ଷରୁ ଉର୍ଦ୍ଧ୍ବ ହେବ ପଡିରହିଛି। ଏଥିପ୍ରତି ଜିଲ୍ଲା ଶିକ୍ଷାବିଭାଗ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଯଥାଶିଘ୍ର ସ୍କୁଲଟିର ମରାମତି କରିବା ସହ ନୂତନ ଅଧପନ୍ତରିଆ ଗୃହଟିକୁ ସମ୍ପୂର୍ଣ୍ଣ କରିବାକୁ ଅବିଭାବକ ଓ ଜନସାଧାରଣ ଦାବିକରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top