ବିପଦ ସଂକୁଳ ବିଦ୍ୟୁତ ଖୁଂଟ ପ୍ରତି ବିଭାଗର ନିଘା ନାହିଁ

ଯାଜପୁର-୫/୭(ଓଡିଆ ପୁଅ/ଏ.ରାଉତ) ଚିଣ୍ଡା ତାର ଭଙ୍ଗା ଖୁଂଟରେ ବିଦ୍ୟୁତ ଯୋଗାଣ କରୁଥିବା ବରୀ ବିଦ୍ୟୁତ ବିଭାଗ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଖୁଂଟର ଅବସ୍ଥା ଶୋଚନୀୟ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ଛିଡା ହୋଇଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଉନାହିଁ। ବରୀ ବକ୍ଲ ରାମଚନ୍ଦ୍ରପୁର ନିକଟ ବଣ ପଡିଆ ଇନ୍ଦିରା ଗାନ୍ଧି ଷ୍ଟାଡିୟମ ନିକଟରେ ଏହି ଭଳି ଏକ ବିଦ୍ୟୁତ ଖୁଂଟ ରହିଛି। ଏହି ଖୁଂଟରେ ୧୧ କେଭି ବିଦ୍ୟୁତ ଯୋଗାଣ ହେଉଛି। ଆଜକୁ ଦୀର୍ଘ ଦିନ ହେଲା ଏହି ଖୁଂଟ ମୂଳଟି ସଂପୂର୍ଣ୍ଣ ରୂପେ ଖାଇ ଯାଇ ନାମକୁମାତ୍ର ଛିଡା ହୋଇ ରହିଛି। ଏହି ପଡିଆରେ ପ୍ରତିଦିନ ବହୁ ଛୋଟ ପିଲା ଓ ଯୁବକ ଖେଳକୁଦ କରିବା ସହିତ ନିକଟସ୍ଥ ଗ୍ରାମର ବହୁ ଗୃହପାଳିତ ପ୍ରାଣୀ ମଧ୍ୟ ଚରାବୁଲା କରୁଛନ୍ତି। ଖୁଂଟର ଅବସ୍ଥା ଯାହା ହୋଇଛି ଏହା କେଉଁ ମୁହୁର୍ତରେ ଗଳି ପଡିବାର ସମ୍ଭାବନା ମଧ୍ୟ ରହିଛି। ଯଦି ପିଲାମାନେ ଖେଳୁଥିଲାବେଳେ କିମ୍ବା ଗାଈଗୋରୁ ଚରୁଥିଲାବେଳେ ଏହା ଭାଙ୍ଗି ପଡେ ତେବେ ଏହା ମହାବିପଦର କାରଣ ହେବା ନିଶ୍ଚିତ। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ଖୁଂଟକୁ ପରିବର୍ତ୍ତନ କରିବାକୁ ତନ୍ମୟକୁମାର ବେଉରିଆ, ପ୍ରୀତିରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ମଲ୍ଲିକ, ଜଗଦୀଶ ବଳ, ଚିନ୍ମୟ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *