ବିପଦ ଶଙ୍କୁଳ ପୋଲ : ବୃଦ୍ଧିପାଉଛି ଦୁର୍ଘଟଣା

ତିର୍ତ୍ତୋଲ୦୯/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର ଲକ୍ ବଜାର ଠାରୁ ଉତ୍ତର ପାଶ୍ୱର୍ରେ ଥିବା ଧୋୟାଅଞ୍ଚଳକୁ ଲମ୍ବିଯାଇଛି ରାସ୍ତା। ଏହି ରାସ୍ତାରେ ଯିବାପାଇଁ ପ୍ରଥମେ ଲକ୍ ବଜାର ଠାରୁ ଆରମ୍ଭ ରାସ୍ତାରେ ତାଳଦଣ୍ଡା କେନାଲ ଅତିକ୍ରମ କରିବାକୁ ପଡ଼ିଥାଏ। ନଅଙ୍କ ଦୁର୍ବିକ୍ଷ ପରେ ତତ୍ କାଳୀନ ବ୍ରିଟିସ ସରକାରଙ୍କ ଦ୍ୱାରା ଖାଦ୍ୟ ପାଇଁ କାମ ଯୋଜନାରେ ନିର୍ମାଣ କରାଯାଇଥିଲା ତାଳଦଣ୍ଡା କେନାଲ। ଲକ୍ ବଜାର ଠାରେ ତାଳଦଣ୍ଡା କେନାଲରେ ନିର୍ମାଣ କରାଯାଇଥିଲା ଲକ୍ ଓ ପୋଲ। ସେବେଠାରୁ ରକ୍ଷଣାବେକ୍ଷଣା ଅଭାବରୁ ନିର୍ମାଣ କରାଯାଇଥିବା ପୋଲର ଅବସ୍ଥା ଜରାଜୀର୍ଣ୍ଣ ହୋଇଗଲାଣି। ପୋଲର ଗୋଟିଏ ପଟ ବାଢ଼ା ଦୂର୍ବଳ ଥିବାବେଳେ ଅନ୍ୟପଟର ବାଢ଼ା ଆଦୋଁ ନାହିଁ। ପୋଲର ତଳପାଶ୍ୱର୍ରେ ନିର୍ମାଣ କରାଯାଇଥିବା ପଥର ଓ ଚୁନ ଖସିବାରେ ଲାଗିଛି। ପଥଚାରୀ ମାନେ ଏଠାରେ ପୋଲ ଥିବାକଥା ବାଢ଼ାନଥିବାରୁ ଜାଣିନପାରି ଅନେକ ସମୟରେ ଦୂର୍ଘଟଣାଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହି ପୋଲ ଅତିକ୍ରମ କରି ଦୈନିକ ବିଭାଗୀୟ ଅଧିକାରୀ, ଉଚ୍ଚପଦସ୍ଥ କର୍ମକର୍ତ୍ତା, ମନ୍ତ୍ରୀ, ଯନ୍ତ୍ରୀ, ନେତା ଯାତାୟତ କରୁଥିଲେ ମଧ୍ୟ ନଜରରେ ଆସୁନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପୋଲର ପୂନରଉଦ୍ଧାର ପାଇଁ ତିର୍ତ୍ତୋଲ ଅଞ୍ଚଳର ବୁଦ୍ଧିଜିବୀ, ବରିଷ୍ଠ ନାଗରିକଙ୍କ ସମେତ ଜନସାଧାରଣ ଓ ପଥଚାରୀ ଉଚ୍ଚ କତ୍ତୃପକ୍ଷ ନିକଟରେ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *