Home ଜିଲ୍ଲା ପରିକ୍ରମା ବିପଦ ଶଙ୍କୁଳ ଗୃହରେ ଚାଲିଛି ଅଫିସ୍ ଓ ଅଧ୍ୟାପନା

ବିପଦ ଶଙ୍କୁଳ ଗୃହରେ ଚାଲିଛି ଅଫିସ୍ ଓ ଅଧ୍ୟାପନା

122

ନୟାଗଡ/୧୮/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବଳଭଦ୍ରପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ଅଫିସ୍ ଓ ଶ୍ରେଣୀ ଗୃହ ଗତ ଫାଇଲିନ୍ ବାତ୍ୟାରେ ଭାଙ୍ଗିଯାଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଅଛି। ଯାହା ଫଳରେ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ବିପଦ ଶଙ୍କୁଳ ଗୃହରେ କାର୍ଯ୍ୟ କରୁଛନ୍ତି। ଛାତ୍ରଛାତ୍ରୀମାନେ ବିପଦ ଶଙ୍କୁଳ ଗୃହରେ ପଢୁଛନ୍ତି। କେତେବେଳେ ଯେ ବିଦ୍ୟାଳୟ ଗୃହ ଭୁଷୁଡି ପଡିବ କାହା ଜୀବନ ଯେ ଚାଲିଯିବ କେହି କହି ପାରବେ ନାହିଁ। ବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ଗତ ଫାଇଲିନ୍ ବାତ୍ୟାଠାରୁ ପ୍ରଧାନ ଶିକ୍ଷକ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। କିନ୍ତୁ ସରକାର ମୋ ବିଦ୍ୟାଳୟ ଯୋଜନା କରି ବାହାବା ନେବାରେ ବ୍ୟସ୍ତ। ଗତ ୧୭ ତାରିଖ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ୍ ପୁର୍ବତନ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ଓ ଜୁବନେତା ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ଉକ୍ତ ବିଦ୍ୟାଳୟ ଅଫିସ୍ ଗୃହରେ କିଛି ସମୟ ପାଇଁ ବସିଥିଲେ। ସେହି ବସିବା ଅବସ୍ଥାରେ ବିଦ୍ୟାଳୟ କାନ୍ଥର ଅବସ୍ଥା ଦେଖି ନିଜକୁ ନିରାପଦ ମଣି ନଥିଲେ। ତା ପରେ ସମସ୍ତ ଶ୍ରେଣୀ ଗୃହ ଦେଖି ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ। ବିଦ୍ୟାଳୟ ବାର୍ଷିକ ଉତ୍ସବ ସଭାରେ ବିଦ୍ୟାଳୟକୁ ବିପଦ ମୁକ୍ତ କରିବା ପାଇଁ ନୁତନ ଗୃହ ନିର୍ମାଣର ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ପୁରଣ ହେବା ପୁର୍ବରୁ ବିଦ୍ୟାଳୟରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ସଭାରେ ଥିବା ସମସ୍ତ ବ୍ୟକ୍ତି ଭଗବାନଙ୍କ ଉଦ୍ଧେଶ୍ୟରେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.