ଓଡ଼ିଶା

ବିପଦ! ବୈତରଣୀ ନଦୀର ପୋଲର ବିମ ଦବିଗଲାଣି

ଘଷିପୁରା୨୦/୭ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଆନନ୍ଦପୁର ଏବଂ ଘଷିପୁରାକୁ ଯୋଗାଯୋଗ କରୁଥିବା ବୈତରଣୀ ନଦୀର ପୋଲର ବିମ ଆଜକୁ ୧୨ଦିନ ହେଲାଣି ଦବିଗଲାଣି।

ଘଷିପୁରା ଏବଂ ଆନନ୍ଦପୁର କୁ ସଂଯୋଗ କରୁଥିବା ଏକମାତ୍ର ବୈତରଣୀ ନଦୀ ପୋଲ ୩୫ ବର୍ଷ ତଳେ ନିର୍ମାଣ କରାଯାଇଥିଲା।ଏହା ଦ୍ୱାରା ଠାକୁରମୁଣ୍ଡା ଏବଂ ଭଦ୍ରକ ସହ ଘଷିପୁରା ସଂଯୋଗ ହେଉଛି।ପ୍ରତ୍ୟେକ ଦିନ ଏହା ଉପରେ ଶହ ଶହ ଗାଡି ମୋଟର ଚଳାଚଳ କରୁଅଛି ମାତ୍ର କେଇ ଦିନ ତଳେ ଏହାର ବିମ ଦବିଯିବାରୁ ଏହା ବିପଦପୂର୍ଣ୍ଣ ଅବସ୍ତାରେ ଅଛି ଏହାର ଗୋଟିଏ ପଟକୁ ଯାତାୟତ ପାଇଁ ବନ୍ଦ କରି ଦିଆ ଯାଇଅଛି ମାତ୍ର ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ କରିବାରେ ବିଭାଗୀୟ ଅଧିକାରୀ ମାନେ ବିଫଳ ହୋଇଛନ୍ତି। ବୈତରଣୀ ନଦୀରେ ଅନେକ ସମୟରେ ସାଧାରଣ ଲୋକଙ୍କ ଦ୍ୱାରା ଆଉ ଏକ ପୋଲ ର ଆବଶ୍ୟକତା ଏବଂ ଦାବି ଏବେ ଜୋର ଧରିଛି।ଏହି ପୋଲ ର ତ୍ୱରିତ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଅନ୍ୟ ଏକ ନୂଆ ପୋଲ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top