ବିପଦରେ ବାତ୍ୟା ଆଶ୍ରୟସ୍ଥଳ : ଶତାଧିକ ଛାତ୍ର ଛାତ୍ରୀଙ୍କ ପ୍ରତି ସଙ୍କଟ

ଯାଜପୁର-୬/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକ ଏକ ଧୋୟାଂଚଳ ଭାବେ ପରିଚିତ। ଏହି ବ୍ଲକ ଦେଇ ବ୍ରାହ୍ମଣୀ, ବିରୁପା, ଖରସ୍ରୋତା, ନୁଆନଈ ଓ କାଣି ନଦୀ ପ୍ରବାହିତ ହେଉଛି। ଏହି ବ୍ଲକରେ ୫ଟି ନଦୀ ପ୍ରବାହିତ ହେଉଥିବା ବେଳେ ପ୍ରତିବର୍ଷ ବନ୍ୟାଭୟ ଦେଖା ଦେଇଥାଏ। ର୍ପ୍ରତି ବର୍ଷ ବନ୍ୟା ପାଇଁ ଏହି ଅଂଚଳରେ ନାହିଁ ନଥିବା ସମସ୍ୟା ଉପୁଜିଥାଏ। ବିଶେଷ କରି ଗତ ୧୯୯୯ ମହାବାତ୍ୟା ସମୟରେ ଏହି ଅଂଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗତ ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି ଆନୁକୂଲ୍ୟରେ ଅମଠପୁର ପଂଚାୟତ ଅସଲପୁର ଗ୍ରାମରେ ଥିବା ଗୋପାଳଚରଣ ନୋଡାଲ ବିଦ୍ୟାଳୟ ପରିସରରେ ଏକ ବତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଥିଲ।। ଏହାକୁ ଏମସିଏଲ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ ଇଏଫଏନ ରିବେରିଓ ଆସୋସିଏଟ ଠିକାସଂସ୍ଥା ଏହାକୁ ନିର୍ମାଣ କରିଥିଲା। ତେବେ ୧୮ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ବତ୍ୟାଶ୍ରୟ ସ୍ଥଳରେ ଏବେ ଅସୁରକ୍ଷିତ ହୋଇ ପଡିଛି। ଛାତ ଫାଟି ଆଁ କରିଥିବା ବେଳେ ବର୍ଷାଜଳ ଛାତରୁ ଲିକ ହେଉଥିବା ଦେଖିବାକୁ ମିଳିଛି। ଏପରିକି ବାତ୍ୟାଶସ୍ର ସମସ୍ତ ଗୃହର ଛାତରୁ ସିମେଂଟ ଓ ଛିପସ ଖସିଯାଇ ଲୁହାରଡ ଦେଖିବାକୁ ମିଳିଛି। ଫଳରେ ଭବିଷ୍ୟତରେ ଏହି ବାତ୍ୟାଶ୍ରୟ ସ୍ଥଳଟି ଭୁଷୁଡିବା ଅବସ୍ଥାକୁ ଆସି ଯାଇଛି। ଏପରିକି ବାତ୍ୟାଶ୍ରୟ ସ୍ଥଳର ଝରକା ଓ କବାଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତେବେ ଦୁର୍ବଳ ବାତ୍ୟାଶ୍ରୟ ସ୍ଥଳ ପାଇଁ ଏବେ ଗେପାଳଚରଣ ନୋଡାଲ ବିଦ୍ୟାଳୟର ଶତାଧିକ ଛାତ୍ରୀ ଛାର୍ତ୍ରଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶତାଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ୭ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀକକ୍ଷ ଥିବାବେଳେ ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବାତ୍ୟାଶ୍ରୟ ସ୍ଥଳରେ ଶିକ୍ଷାଦାନ କରି ଆସୁଛନ୍ତି। ତେବେ ଏହି ବାତ୍ୟାଶ୍ରୟଟି ଦୁର୍ବଳ ହୋଇ ପଡିଥିବାରୁ ଭବିଷ୍ୟତରେ ଶତାଧିକ କୋମଳମତି ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଗ୍ରାମବାସୀ ମାନଙ୍କ ପକ୍ଷରୁ ବହୁବାର ପ୍ରଶାସନକୁ ଅବଗତ କରାଯାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ କୈାଣସି ପଦକ୍ଷେପ ନେଉନାହିଁ ବୋଲି ପୂର୍ବତନ ସରପଂଚ ଚନ୍ଦ୍ର ଶେଖର ମହାନ୍ତି ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ବିଡିଓ ଅଶୋକ କୁମାର ବେହୁରିଆ କୁହନ୍ତି ଯେ ଏହି ବାତ୍ୟାଶ୍ରୟ ଦୁର୍ବଳ ହୋଇଥିବା କଥା ଆମ ନଜରକୁ ଆସିନାହିଁ। ତେବେ ବିପଦଜନକ ଅବସ୍ଥାରେ ଥିଲେ ସେହି ବାତ୍ୟାଶ୍ରୟ ସ୍ଥଳକୁ ତୁରନ୍ତ ମରାମତି କରାଯିବ ବୋଲି ବିଡିଓ ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *