ଜିଲ୍ଲା ପରିକ୍ରମା

ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ରେ ବାସୁଦେବ କର ସ୍ମୃତି ଦିବସ ପାଳିତ

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ ପରିସରରେ ବିଦ୍ୟାଳୟର ପୂର୍ବତନ  ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ବାସୁଦେବ କରଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି  ଶ୍ରଦ୍ଧାଞ୍ଜଳୀ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ରଙ୍ଗ ବଲ୍ଲଭ ଜେନାଯୋଗ ଦେଇ ସ୍ୱର୍ଗତ କରଙ୍କ ଅଭିନବ ଶିକ୍ଷାଦାନ ଶୈଳୀ ଓ ବହୁମୁଖୀ କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ ଆଲୋକପାତ କରିବା ସହ ତାଙ୍କ ବାଲ୍ୟ ଜୀବନର  ସ୍ମୃତି ବର୍ଣନା କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୁଞ୍ଜବିହାରି ଦାସଙ୍କୁ ବାସୁଦେବ କର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀଯୁକ୍ତ ଦାସ  ଏକ ଆଦର୍ଶ ଛାତ୍ର ଭାବରେ ନିଜକୁ ଗଢି ତୋଳିବାପାଇଁ ଶିକ୍ଷକ ମାନଙ୍କ ଭୁମିକା ଉପରେ ଅଲୋକ ପାତ କରିଥିଲେ ।ସମ୍ମାନିତ ଅତିଥି ଭାବେ ରୋଟାରୀକ୍ଲବ ଭଦ୍ରକର ସଂପାଦକ ମନୋଜ କୁମାର ସାହୁ ଯୋଗ ଦେଇ ସ୍ୱର୍ଗତ କରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ଆଦର୍ଶ ସମାଜ ଗଠନରେ ଏହା ସହାୟକ ହେବବୋଲି ମତ ପ୍ରକାଶ କରିଥିଲେ  ।ଏହି ଅବସରରେ ବି.ଏମ୍. ବାଗୁରାଇ ହାଇସ୍କୁଲ ଓ ଜିଲ୍ଲା ସ୍କୁଲ ଭଦ୍ରକର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଜୟଶ୍ରୀ ବେହେରା ଓ ଛାତ୍ର ପଙ୍କଜ ରାଉତଙ୍କୁ ପୁରଷ୍କୃତ କରାଯାଇଥିଲା ।ଦିବଂଗତ ପ୍ରଜ୍ଞାପୁରୁଷଙ୍କ ସ୍ମୃତିଚାରଣ ଉଦେ୍ଦଶ୍ୟରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଚକ୍ରଧର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସଦର ସଂପାଦକ ଇଂ ସରୋଜ ପାଢୀ  ବାର୍ଷିକ ବିବରଣୀ ପାଠ କରିଥିଲେ  । ଉକ୍ତ ସଭାରେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରାକାଶ ପଣ୍ଡା ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଭଟାଚାର୍ଯ୍ୟ , ପୁରାତନ ଛାତ୍ର ବଳରାମ ପାଣୀଗ୍ରାହୀ, ନିରଞ୍ଜନ ବିଶ୍ୱାଳ,ପର୍ଶୁରାମ ଦ୍ୱିବେଦୀ ଅମରଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ ।ଅତିଥିମାନଙ୍କୁ ସ୍ୱାଗତ କରିବା ଉଦେ୍ଦଶ୍ୟରେ ବିଦ୍ୟାଳୟର ଛାତ୍ରୀମାନେ ଉଦ୍ଘାଟନି ସଂଗୀତ ପରିବେଷଣ କରିଥିଲେ ।ଶିକ୍ଷକ ନୃସିଂହ ଚରଣ ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ   । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହେଯାଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top