ବିନ୍ଦୁମାଧବ ବାଗୁରାଇ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଭଦ୍ରକ, ୧୬ା୧ (ଓଡିଆ ପୁଅ / ପ୍ରମୋଦ ରାୟ) : ବିନ୍ଦୁମାଧବ ବାଗୁରାଇ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅନାଦି ଚରଣ ଦାସ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଯୋଗଦେଇ କ୍ରୀଡା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଧିକ ବିକାଶର ଉତ୍କର୍ଷ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ପାଣିଗ୍ରାହୀ, ଅତିଥି ପରିଚୟ ଏବଂ ଉର୍ମିଳା ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅତିଥି କ୍ରୀଡା ପ୍ରଶିକ୍ଷକ ଭାବେ କିଶୋର ଚନ୍ଦ୍ର ଦାସ, ହେମନ୍ତ କୁମାର ଜେନା, ମାନସ କୁମାର ରାଉତ, ରମେଶ ଚନ୍ଦ୍ର ଚୌଧୁରୀ, ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଭଟ୍ଟାଚାର୍ଯ୍ୟ, ରୀତାରାଣୀ ଦେ, ସୋମନାଥ ଜେନା, ସନ୍ତୋଷ କୁମାର ଖିଲାର, ଅପରାଜିତା ଦାସ, ସୁକାନ୍ତି ସାହୁ, ବସୁମିତା ଧଳ ପ୍ରମୁଖ ବିଭିନ୍ନ ବିଭାଗରେ ରହି ସୂଚାରୁ ରୂପେ ଖେଳ ପରିଚାଳନା କରିଥିଲେ। ଛୋଟ ପିଲାମାନଙ୍କର ବିଭାଗରେ ଉଷାରାଣୀ ସାହୁ, ମାନସୀ ରାଣୀ ପାଢୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଖେଳ ପରିଚାଳନା କରିଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ତପନ କୁମାର ମିଶ୍ର ସମସ୍ତ କ୍ରୀଡାର କୋଡିନେଟର ଭାବେ କାର୍ଯ୍ୟ ସଂପାଦନ କରିଥିଲେ।

Leave a Reply

Your email address will not be published. Required fields are marked *