ଅନୁଗୁଳ

ବିନା ହେଲମେଟରେ ଗାଡ଼ି ଚଳାଇଲେ ୩ଶହ ଜରିମାନା

ତାଳଚେର, ୧୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ‘ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ’ ସମ୍ବନ୍ଧୀୟ ଏକ ବୈଠକ ଶୁକ୍ରବାର ଅପରାହ୍ନରେ ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଖଣ୍ଡ ଆରକ୍ଷୀ ବିଭାଗ ଜରିମାନା ବାବଦରେ ଗତ ଅକ୍ଟୋବର ମାସରୁ ଡିସେମ୍ବର ମାସ-୨୦୧୭ ମଧ୍ୟରେ ୧ଲକ୍ଷ ୮ଶହ ଟଙ୍କା ଏବଂ ଆଂଚଳିକ ପରିବହନ ବିଭାଗ, ତାଳଚେର ଅକ୍ଟୋବରରୁ ଡିସେମ୍ବର-୨୦୧୭ ମଧ୍ୟରେ ୫୦ହଜାର ୮ଶହ ଟଙ୍କା ଜରିମାନା ଆକାରରେ ଆଦାୟ କରିଛି ବୋଲି ସୂଚନା ଦିଆଯାଇଥିଲା। ଗତ କିଛି ମାସ ପୂର୍ବରୁ ହୋଇଥିବା ବୈଠକରେ ହେଲମେଟ ପିନ୍ଧି ନଥିଲେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଦିଆଯିବ ନାହିଁ ଏବଂ ୧ଶହରୁ ୩ଶହ ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି ନିଷ୍ପତି ହୋଇଥିଲା। ତେବେ ତାହା ଆଖିଦୃଶିଆ ଫଳପ୍ରଦ ହୋଇପାରି ନଥିଲା। ଇତି ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ନିଷ୍ପତି ଅନୁଯାୟୀ ବିନା ହେଲମେଟରେ ଗାଡ଼ି ଚଳାଉ ଥିବା ଚାଳକଙ୍କଠାରୁ ସର୍ବନିମ୍ନ ୩ଶହ ଟଙ୍କାର ଜରିମାନା ଆଦାୟ କରାଯିବ। ସେହିପରି ତାଳଚେର ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଦ୍ରୁତଗତିରେ ବଡ଼ ଗାଡ଼ି (୪ ଚକିଆରୁ ଉର୍ଦ୍ଧ୍ୱ)ଚଳାଇଲେ ସମ୍ପୃକ୍ତ ଗାଡ଼ିର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଦୃଢ଼ ନିଷ୍ପତି ନିଆ ଯାଇଥିଲା। ସହର ମଧ୍ୟରେ ଲୋକଙ୍କ ବହୁମୂଲ୍ୟ ଜୀବନକୁ ପାଣିରେ ପକାଇ ଦ୍ରୁତ ଗତିରେ ଗାଡ଼ିଚାଳନା ନକରିବାକୁ ସମସ୍ତ ଗାଡ଼ିଚାଳକଙ୍କୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଏସ୍.ଡି.ପି.ଓ ହେମନ୍ତ କୁମାର ପଣ୍ଡା, ଆର୍.ଟି.ଓ ସୈାମେନ୍ଦ୍ର ପଟ୍ଟନାୟକ, ଯୋଗାଣ ଅଧିକାରୀ ରୋହିତ କୁମାର ଦାସ ଏବଂ ତାଳଚେର ଅଂଚଳର ବିଭିନ୍ନ ପେଟ୍ରୋଲ ପମ୍ପର ମାଲିକମାନେ ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ପେଟ୍ରୋଲ ପମ୍ପର ମାଲିକମାନଙ୍କୁ ରେଡ଼କ୍ରସର ଆଜୀବନ ସଦସ୍ୟ ହେବାକୁ ଅନୁରୋଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top