ବିନା ସୂଚନା ଫଳକ ଓ ବର୍ଷା ଦିନରେ ଚାଲିଛି ନିମ୍ନମାନର ଚେକଡ୍ୟାମ, ପ୍ରଶାସନର ନଜର ନାହିଁ, ସ୍ଥାୟିତ୍ବକୁ ନେଇ ସନ୍ଦେହ

ହରିଚନ୍ଦନପୁର, ତା୨୫ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କ୍ଷୁଦ୍ର ଜଳ ସୋଚନ ପ୍ରକଳ୍ପ ଅଧିନସ୍ଥ ଜଙ୍ଘିରା ଗ୍ରାମ ନିକଟସ୍ଥ ବାହୁଟିଆ ନାଳରେ ଗତ କିଛି ଦିନ ପୂର୍ବରୁ ଏକ ଚେକ୍ଡ୍ୟାମ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ଚେକଡ୍ୟାମ କାର୍ଯ୍ୟଟିରେ ସୂଚନା ଫଳକ ଲାଗିନଥିବାକୁ ନେଇ କାର୍ଯ୍ୟଟି କେଉଁ ବିଭାଗ ଓ କେତେ ଅନୁଦାନ ରାଶି ଜଣାପଡୁନଥିବା ସହ ଠିକାଦାରଙ୍କ ମନମୁଖି ଭାବେ ବର୍ଷା ଦିନରେ କାର୍ଯ୍ୟଟିକୁ କରୁଥିବା ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସୂଚନା ମୁତାବକ ଉକ୍ତ କାର୍ଯ୍ୟଟି କ୍ଷୁଦ୍ର ଜଳସୋଚନ ପ୍ରକଳ୍ପର ଅନୁଦାନ ରାଶି ପ୍ରାୟତଃ ୨୦ଲକ୍ଷ ଟଙ୍କା ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ନେଇ ନିମ୍ନମାନର କାର୍ଯ୍ୟ କରାଯାଉଛି। ଏହି ଚେକୟାମ କାର୍ଯ୍ୟଟି ଉପରେ ନଜର ପକାଇଲେ ଜଣାପଡିଯିବ ତାହାର ସ୍ଥାୟିତ୍ୱ କେତେ ଦିନ ରହିବ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ଆଗାମୀ ବର୍ଷା ଦିନ ପୂର୍ବରୁ ଚେକଡ୍ୟାମଟି ଉକ୍ତ ନାଳପାଣିରେ ଭାସିଯିବ। କାରଣ ଚେକଡ୍ୟାମ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ତଳେ ଗୋଟିଏ ମେଣ୍ଟାଲ ବେସର କଂକ୍ରିଟ ପକାଯିବା ପରେ ସେଠାରୁ ଲୁହା ରଡ୍ ଦ୍ୱାରା ୱାଲ ବେସ ହୋଇଥାଏ କିନ୍ତୁ ଏହି କାର୍ଯ୍ୟରେ ଠିକାଦାର ଅଧିକ ଟଙ୍କା ଲାଭ ପାଇବା ଆଶାରେ ତଳେ ମେଣ୍ଟାଲ କଂକ୍ରିଟ ନଦେଇ କାଦୁଅରେ ରଡକୁ ଲଗାଇ ଚିପ୍ସର କଂକ୍ରିଟ ଦେଇଛି। ଓ ରଡ୍ ଗୁଡିକୁ ୬ଇଞ୍ଚ୍ ମଧ୍ୟରେ ଲଗାଇବାର ନିୟମ ଥିବାବେଳେ ୧୨/୧୫ଇଞ୍ଚ୍ ମଧ୍ୟରେ ଲଗାଯିବା ସହ ସିମେଣ୍ଟ ଭାଗକୁ କମ କରାଯାଉଥିବାର ଦୃଶ୍ୟମାନ ହୋଇଛି। କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତକୁ ନେଇ ଠିକାଦାର ମନମୁଖି ଭାବରେ ନିମ୍ନମାନର କାର୍ଯ୍ୟ କରୁଥିବାକୁ ନେଇ ନିକଟରେ ଥିବା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ କାର୍ଯ୍ୟଟିର ଉଚିତ୍ ତଦନ୍ତ କରାଇବା ସହ ଠିକ ଭାବରେ କାର୍ଯ୍ୟଟିକୁ କରାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *