ବିନା ସୂଚନା ଫଳକ, ଅଧିକାରୀଙ୍କ ଅନୁପସ୍ଥିତି ଓ ରାତି ଅଧିଆ ଚାଲିଛି ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତ କଟରା ବଜାର ଠାରେ ଥିବା ଏ.ଏନ୍.ଏମ୍ କେନ୍ଦ୍ର ଓ ମେଡ଼ିକାଲକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତି କରଣ ପାଇଁ ଆର.ଡ଼ି ବିଭାଗ ପକ୍ଷରୁ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବିନିମୟରେ ଚାଲିଛି ନିର୍ମାଣ କାର୍ଯ୍ୟ। ନିମ୍ନ ମାନର ଗୋଡ଼ି, ସିମେଣ୍ଟ ଓ ଉପଯୁକ୍ତ ସମିଶ୍ରଣ କରାନଯାଇ ହେଉଛି ନିର୍ମାଣ କାର୍ଯ୍ୟ। କାର୍ଯ୍ୟସ୍ଥଳରେ ନା ଅଛି ସୂଚନା ଫଳକ, ନା ଅଛନ୍ତି ବିଭାଗୀୟ ଯନ୍ତ୍ରୀ। କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇନାହିଁ। ରବିବାର, ଛୁଟିଦିନ ଓ ରାତିଅଧିଆ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କାର୍ଯ୍ୟ ସମାପ୍ତପରେ ସୂଚନା ଫଳକ ଲଗାଯିବବୋଲି କହିଛନ୍ତି। ଏହା ବେନିୟମ କାର୍ଯ୍ୟବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏହି କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *