ଅପରାଧ

ବିନା ସୂଚନାରେ ଡ୍ରାଇଭରମାନଙ୍କୁ ଛଟେଇ କରିବାକୁ ସହ ପ୍ରାପ୍ୟ ନମିଳିବାକୁ ନେଇ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା ସହ ଘେରାଉ

ହରିଚନ୍ଦନପୁର,ତା୧୦ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଟ୍ରେନ ଲାଇନ୍ କାମ ନେଇଥିବା ନାଗାର୍ଜୁନ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ଡ୍ରାଇଭରମାନଙ୍କୁ ପୂର୍ବରୁ କିଛି ସୂଚନା ନଦେଇ ଅଚାନକ କାମରୁ ବାହାର କରିଦେବା ଘଟଣାକୁ ନେଇ ଆଜି କାର୍ଯ୍ୟରତ ସମସ୍ତ ଡ୍ରାଇଭର ନାଗାର୍ଜୁନ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା ସହ ଘେରାଉ କରିଥିଲେ । ଏପରି ଘଟଣାକୁ ଦେଖି ଦାୟିତ୍ୱରେ ଥିବା କତୃପକ୍ଷ ସମସ୍ତ ଡ୍ରାଇଭର ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ମାନିନଥିଲେ । ଡ୍ରାଇଭରମାନଙ୍କ କହିବା ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଯେକୌଣସି ବେସରକାରୀ ଓ ସରକାରୀ କମ୍ପାନୀ ମାନଙ୍କରେ କାର୍ଯ୍ୟରତ କରୁଥିବା କର୍ମଚାରୀମାନଙ୍କୁ ଛଟେଇ କରିବା ପୂର୍ବରୁ ଆଗତ ସୂଚନା ଦେବା କଥା । କିନ୍ତୁ ଏଠାରେ ବିନା ସୂଚନାରେ ୩୦ରୁ ଉର୍ଦ୍ଧ୍ୱ ଡ୍ରାଇଭରମାନଙ୍କୁ ଅଚାନକ ଗତ ଗୁରୁବାର ଦିନ ଛଟେଇ କରିଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ କମ୍ପାନୀର କାର୍ଯ୍ୟରତ ଥିବା ଓ କାର୍ଯ୍ୟରୁ ବାହାରିଥିବା ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ନାଗାର୍ଜୁନ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିବା ସହ ଘେରାଉ କରିଥିଲେ । ଉକ୍ତ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା କତ୍ତୃପକ୍ଷଙ୍କୁ ଡ୍ରାଇଭର ମାନଙ୍କ ପାଖକୁ ଯାଇ ବୁଝାସୁଝା କରିଥିବା ବେଳେ ଡ୍ରାଇଭରମାନେ ନିଜର ଦାବି ଗୁଡିକୁ ପ୍ରକୋଟ କରିଥିଲେ । ସେମାନଙ୍କ ଦାବି ରହିଥିଲା ଯେ, ପ୍ରଥମତ ଅଭିଜ୍ଞତା ସାର୍ଟିପିକେଟ, ଭବିଷ୍ୟନିଧିପାଣ୍ଠି, ବାର୍ଷିକ ବୋନସ ଭଳି ଅନେକ ଦାବି ରହିଥିଲା । ନାଗାର୍ଜୁନ କମ୍ପାନୀ ମନମୁଖି ଭାବରେ ଅଚାନକ କାର୍ଯ୍ୟରତ ଗରିବ ଶ୍ରେଣୀର କର୍ମଚାରୀମାନଙ୍କୁ ବିନା ଦୋଷରେ ଓ କାର୍ଯ୍ୟ ଶେଷ ପୂର୍ବରୁ କାର୍ଯ୍ୟରୁ କିପରି ବାହାର କରିଦିଆଗଲା ତାହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଖବର ନେବାରୁ ଜଣାପଡିଛି କି ନାଗାର୍ଜୁନ କମ୍ପାନୀ କାର୍ଯ୍ୟ ଆରମ୍ଭରୁ କର୍ମଚାରୀ ଚୟନରେ ଅନେକ ଲାଭବାନର ପ୍ରଲୋଭନ ପ୍ରତିଶୃତି ଦେଇ କର୍ମଚାରୀମାନଙ୍କୁ ନିୟୋଜିତ କରିଥିଲା କିନ୍ତୁ ବର୍ତମାନ ପ୍ରତିଶୃତିକୁ କାର୍ଯ୍ୟକାରୀ ନକରିବାକୁ ନେଇ ଡ୍ରାଇଭରମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଠି କରିଛି । ଏ ଘଟଣାକୁ ନେଇ ଆମ ପ୍ରତିନିଧି ଦାୟିତ୍ୱରେ ରହିଥିବା କତୃପକ୍ଷଙ୍କୁ ପଚାରିବାରୁ ଦୁଇ ଦିନ ମଧ୍ୟରେ ଉପରୋସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଦାବି ଗୁଡିକ ପୂରଣ କରିବାର ସୂଚନା ଦେଇଥିଲେ । ଏବଂ ଡ୍ରାଇଭରମାନଙ୍କୁ ବୁଝାସୁଝା କରିବା ସହ ଦୁଇ ଦିନ ମଧ୍ୟରେ ସମସ୍ତଙ୍କ ପ୍ରାପ୍ୟ ମିଳିବାର ପ୍ରତିଶୃତି ଦେବା ପରେ ହୋହାଲ୍ଲା ବନ୍ଦ କରିବା ସହ କାର୍ଯ୍ୟାଳୟ ସମ୍ମୁଖରୁ ହଟିଥିଲେ । ଆଗାମୀ ଦୁଇ ଦିନ ମଧ୍ୟରେ ନାଗାର୍ଜୁନ କମ୍ପାନୀ ଡ୍ରାଇଭରମାନଙ୍କୁ ଦେଇଥିବା ପ୍ରତିଶୃତି ଗୁଡିକ ପୂରଣ ନକଲେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜରାସ୍ତାକୁ ଉହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top