ବିନା ସିମରେ ମଧ୍ୟ କରି ପାରିବେ ମୋବାଇଲରେ କଲ, DoT ଲାଇସେନ୍ସ ସର୍ତ୍ତରେ କଲେ ସଂଶୋଧନ

ନୂଆ ଦିଲ୍ଲୀ ୨୨/୬ (ଓଡ଼ିଆ ପୁଅ) DoT ସମସ୍ତ ଟେଲିକମ କମ୍ପାନୀର ଭଏସ କଲ ୱାଈ-ଫାଈରେ କନେକ୍ଟ କରିବା ସମୟରେ ଗୋଟିଏ କମ୍ପାନୀ ଅନ୍ୟ କମ୍ପାନୀର ଡାଟା ନେଟୱର୍କ ବ୍ୟବହାର କରି ପାରିବାପାଇଁ ସହମତି ଦିଆଯାଇଛି।

ମୋବାଇଲ ବ୍ୟବହାରକାରୀଙ୍କୁ ଶିଘ୍ର ହିଁ ୱାଈ-ଫାଈ ନେଟୱାର୍କରେ ଭୟସ କଲ କନେକ୍ଟ କରିବା ପାଇଁ ବିକଳ୍ପ ମିଳିବ। ଯାହାକି ବିଶେଷ ରୂପରେ ଖରାପ କଲ କନେକ୍ଟିଭିଟୀ କ୍ଷେତ୍ରମାନଙ୍କ ମଧ୍ୟରେ ଉପଯୋଗୀ ପ୍ରମାଣିତ ହୋଇପାରିବ। ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେଶନ (DoT) ଲାଇସେନ୍ସ ସର୍ତ୍ତରେ ସଂଶୋଧନ କରିଛନ୍ତି। ଏଥିରେ ସେଲ୍ୟୁଲାର ମୋବାଇଲ ସର୍ଭିସ ଏବଂ ଇଣ୍ଟରନେଟ ଟେଲିଫୋନୀ ସର୍ଭିସ ଦୁଇଜଣଙ୍କ ପାଇଁ ହିଁ ଏକ ନମ୍ବର ଆଲର୍ଟ କରାଯିବ। ଯେଉଁଥିରେ କି ସେମାନେ ବିନା ସେଲୁଲାର ନେଟୱାର୍କରେ ୱାଈ-ଫାଈ ସର୍ଭିସ ଦ୍ଵାରା ଭୟସ କଲ କରିବାକୁ ଅନୁମତି ମିଳିବ।

ଏହି ସର୍ଭିସ ମୋବାଇଲ ୟୁଜରଙ୍କୁ ନିକଟସ୍ଥ ପବ୍ଲିକ ୱାଈ-ଫାଈ ନେଟୱାର୍କ ଜରିଆରେ କଲ କନେକ୍ଟ କରିବାରେ ସହାୟତା କରିବ। DoT ଟେଲିକମ କମ୍ପାନୀଙ୍କୁ କହିଛନ୍ତି କି ସେମାନୋ ସବ୍ସକ୍ରାଇବର୍ସଙ୍କୁ ଏହି ସର୍ଭିସ ସମ୍ବନ୍ଧିତ ଡିଟେଲ ସୂଚନା ଦେବା ଆବଶ୍ୟକ ରହିଛି ଯେଉଁଥିରେ କି ସେମାନେ ସଠିକ୍ ନିର୍ଣ୍ଣୟ ନେଇ ପାରିବେ।

ଏହା ସହିତ DoT ରେ ସମସ୍ତ ଟେଲିକମ କମ୍ପାନୀଗୁଡ଼ିକକୁ ଭୟସ କଲ ୱାଇ-ଫାଈ ରେ କନେକ୍ଟ କରିବା ସମୟରେ ଜଣେ ଆର ଜଣକର ଡାଟା ନେଟୱାର୍କ ବ୍ୟବହାର କରି ପାରିବା ପାଇଁ ମଧ୍ୟ ସହମତି ଦିଆଯାଇଛି।

ଏହା ସହିତ ଯଦି ଥାର୍ଡ ପାର୍ଟୀ ଲାଇସେନ୍ସ କ୍ରୟ କରନ୍ତି ତେବେ ତାଙ୍କୁ ମଧ୍ୟ ଏହି ସର୍ଭିସର ସହମତି ମିଳିପାରିବ। ଅପରପକ୍ଷରେ DoT ଟେଲିକମ କମ୍ପାନୀଗୁଡ଼ିକୁ ଏହା ମଧ୍ୟ ସୁନିଶ୍ଚିତ କରିବା ପାଇଁ କହିଛନ୍ତି, କି କଂପାନୀମାନେ ଏହି ସର୍ଭିସ ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରିବେ।

କଲ୍ସ ର ସଫଳତା ଦରରେ ବୃଦ୍ଧି ହେବ –
ଟ୍ରାଇ ମୁତାବକ, ଏହି ସର୍ଭିସ ଭୟସ କଲ ଏକ ପ୍ରଭାବୀ ବିକଳ୍ପ ପ୍ରମାଣିତ ହେବ। ଏହାଫଳରେ ଭୟସ କଲିଙ୍ଗର ସଫଳତା ଦରରେ ବୃଦ୍ଧି ହେବାର ପୂରା ଆଶା ଅଛି। ମୁଖ୍ୟତଃ ଏହି ସର୍ଭିସ ଖରାପ କିମ୍ବା ଲୋ ନେଟୱାର୍କ କ୍ଷେତ୍ରରେ ବହୁତ ଉପଯୋଗୀ ପ୍ରମାଣିତ ହେବ। ଯେଉଁଠାରେ ଇଣ୍ଟରନେଟ ସର୍ଭିସ ଉପଲବ୍ଧ ରୁହେ କିନ୍ତୁ ମୋବାଇଲ ନେଟୱାର୍କ ଆସୁନାହିଁ ସେହିପରି କ୍ଷେତ୍ରମାନଙ୍କ ମଧ୍ୟରେ ଟେଲିକମ କମ୍ପାନୀଗୁଡ଼ିକ ବିରୋଧ କରିଥିବା ବେଳେ ଟ୍ରାଇ ଏହାକୁ ଅସହମତି ଜଣାଇଛନ୍ତି। ଟ୍ରାଈ କହିଛନ୍ତି କି ଏହାଦ୍ୱାରା ୟୁଜର୍ସଙ୍କୁ କଲ କରିବା ପାଇଁ ଅଧିକ ବିକଳ୍ପ ମିଳିବ।

Leave a Reply

Your email address will not be published. Required fields are marked *