ଓଡ଼ିଶା

ବିନା ଲାଇସେନ୍ସ ଔଷଧ ଦୋକାନ ଉପରେ ଚଢାଉ; ୪୦ ହଜାର ଟଙ୍କାର ଔଷଧ ଜବତ, ୧ ଗିରଫ

ଯୋଡା – ୦୬/୯: (ଓଡିଆ ପୁଅ/ସେକ୍ ଜାବିର ମହମ୍ମଦ) ଆଜି ଅପରାହ୍ନରେ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଠାରେ ଅବସ୍ଥିତ ବିନା ଲାଇସେନ୍ସରେ ଚାଲୁଥିବା ଏକ ଔଷଧ ଦୋକାନ ଉପରେ ଜିଲ୍ଲା ଡ୍ରଗ ଇନିସପେକ୍ଟର ପ୍ରବେଶ କୁମାର ଲେଙ୍କା ଚଢୋଉ କରି ପ୍ରାୟ ୪୦ ହଜାର ଟଙ୍କାର ଔଷଧ ଜବତ କରିବା ସହ ଦୋକାନୀ ଅଶୋକ କୁମାର ମଜୁମଦାରଙ୍କୁ ଗିରଫ କରିଥିବା ଜଣାପଡିଛି । ଜୁରୁଡି ବଜାର ଉପରେ ଦୀର୍ଘ ବର୍ଷ ହେବ ଏହି ମଜୁମଦାର ଗାଁ ଗହଳିରୁ ଆସୁଥିବା ଅଶିକ୍ଷିତ ଲୋକମାନଙ୍କୁ ଡାକ୍ତରୀ ଚିଠା ଦେବା ସହ ଔଷଧ ବିକ୍ରି କରିଆସୁଥିଲେ । ମଜୁମଦାରଙ୍କର କୌଣସି ଡାକ୍ତରୀ ଡିଗ୍ରୀନଥିବା ବେଳେ ଔଷଧ ଦୋକାନ ନିମନ୍ତେ ଲାଇସେନ୍ସ ମଧ୍ୟ ନଥିବା ଜଣାପଡିଛି । ଏହି ଚଢୋଉରେ ଇନିସପେକ୍ଟର ପ୍ରବେଶ କୁମାର ଲେଙ୍କାଙ୍କ ସହିତ ଜିତେନ୍ଦ୍ର କୁମାର ସ୍ୱାଇଁ ନାମ ଅନ୍ୟ ଜଣେ ସହଯୋଗୀ ଥିବା ବେଳେ ମଜୁମଦାରଙ୍କ ନାମରେ କେଶ ନଂ. ୨ସିସି/୭୪ରେ ଏକ ମାମଲା ଋଜୁ କରାଯାଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top