ଅପରାଧ

ବିନା ପଲ୍ଲିସଭାରେ କାର୍ଯ୍ୟାଦେଶ ପ୍ରଦାନକୁ ନେଇ ବିଡିଓଙ୍କୁ ଦାବିପତ୍ର

ହରିଚନ୍ଦନପୁର,ତା ୨୦.୦୪(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମପଞ୍ଚାୟତରେ ଦୁଇଟି ୱାର୍ଡର ଦୁଇଟି କଂକ୍ରିଟ ରାସ୍ତାକୁ ବିନା ପଲ୍ଲିସଭାରେ କାର୍ଯ୍ୟାଦେଶ ଦେଇଥିବାକୁ ନେଇ ଗତ ୧୪ତାରିଖ ଗ୍ରାମବାସୀଙ୍କ ସହ ୱାର୍ଡମେମ୍ବର ଓ ସମିତିସଭ୍ୟା ମିଳିତ ଭାବେ ବିଡିଓଙ୍କୁ ଲିଖିତ ଆକାରରେ ଅଭିଯୋଗ ପତ୍ର ପ୍ରଦାନ କରିଥିବାର ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିନା ପଲ୍ଲିସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଠିକାଦାରଙ୍କ ସହ ସଲାସୁତରା ହୋଇ କାର୍ଯ୍ୟଟିର କାର୍ଯ୍ୟାଦେଶ ଦେଇଛନ୍ତି । ୧୪ତାରିଖ ବିଡିଓଙ୍କ ପାଖରେ ଅଭିଯୋଗ କରିବା ପରେ ମଧ୍ୟ ୧୭ତାରିଖରୁ ରାସ୍ତା କାର୍ଯ୍ୟ ଠିକାଦାର ଆରମ୍ଭ କରିଥିବାକୁ ନେଇ ଗ୍ରାମବାସୀ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏବାବଦକୁ ନେଇ ଗ୍ରାମବାସୀ କନିଷ୍ଠଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ଫୋନ ଯୋଗେ ଜଣାଇଥିଲେ । କନିଷ୍ଠଯନ୍ତ୍ରୀ ଜଣଙ୍କ କାର୍ଯ୍ୟ ଆରମ୍ଭ କରିବା ବାବଦରେ ଜାଣିନଥିବା ସହ ଲେଆଉଟ୍ ଦେଇନଥିବାର କହିଥିବାର ଅଭିଯୋଗ ହୋଇଛି । ଓ ବିନା ପଲ୍ଲିସଭା ଓ ବିନା ସୂଚନା ଫଳକ ସହ କନିଷ୍ଠଯନ୍ତ୍ରୀଙ୍କ ନଜରକୁ ଆସିନଥିବାର ଗ୍ରାମବାସୀ ଜାଣିବା ପରେ ମଧ୍ୟ ଠିକାଦାର କେମିତି କାର୍ଯ୍ୟଟିକୁ ଆରମ୍ଭ କରିଛି ତାହାକୁ ନେଇ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି । କନିଷ୍ଠଯନ୍ତ୍ରୀ ନଯିବା ଫଳରେ ଠିକାଦାର ନିଜ ମନମୁଖୀ ଭାବରେ ନିମ୍ନମାନର କାର୍ଯ୍ୟ କରି ମୋଟା ଅଙ୍କର ପକେଟ ଗୁଞ୍ଜା ଦେଇ ବିଲ୍ କରି ନେବାକୁ ଉଦ୍ୟମ କରୁଥିବାର ସାଧାରଣରେ ଆଲୋଚନା ହେଉଛି। ପିଇଓ ଦିଲ୍ଲୀପ କୁମାର ସାହୁଙ୍କୁ ଏବାବଦରେ ପଚାରିବାରୁ ସେ କହିଛନ୍ତି କି ପଲ୍ଲୀସଭା ମୋ ଉପସ୍ଥିତରେ ହୋଇଛି ସରପଞ୍ଚ ଓ ସମିତି ସଭ୍ୟା ଉପସ୍ଥିତ ଥିଲେ କିନ୍ତୁ ଏପଟେ ୱାର୍ଡମେମ୍ବର ଓ ସମିତି ସଭ୍ୟା ବିଡିଓଙ୍କ ପାଖରେ କରିଥିବା ଅଭିଯୋଗକୁ ନେଇ ପିଇଓଙ୍କ ଉପରେ ଅନେକ ସନ୍ଦେହ ସୃଷ୍ଟି ହେଉଛି । ଆଗରୁ ପିଇଓଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲା ସାଧାରଣତଃ କାର୍ଯାଳୟକୁ ପ୍ରତେକ ଦିନ ଆସୁନଥିବା ସହ ଭତ୍ତା ଓ ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ନେଇ ଅନେକ ଖବର କାଗଜରେ ପ୍ରକାଶ ପାଇଥିଲା । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ କାର୍ଯ୍ୟଟିର ସଠିକ ତଦନ୍ତ କରିବା ସହ ସରକାରୀ ନିୟମ ଉଲଂଘନ କରି କାର୍ଯ୍ୟ କରୁଥିବା କର୍ମଚାରୀ ଓ ଠିକାଦାରଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top