ଅପରାଧ

ବିନା ପରିକ୍ଷାରେ ଓଟିଇଟି ସାର୍ଟିଫିକେଟ ଦେବା ଘଟଣା,ଲକ୍ଷ ଲକ୍ଷ ଟଙ୍କା ମାଲିକ ଲୁଟି ଫେରାର, ଛାତ୍ର ଛାତ୍ରୀ କୋର୍ଟର ଦ୍ୱାରସ୍ଥ

ହରିଚନ୍ଦନପୁର,ତା୧୩.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ନିକଟସ୍ଥ ସଂହବିଲାଠାରେ ପାତ୍ର ଗ୍ରୁପ ଅଫ୍ ଏଜୁକେଶନ ନାମରେ ଅଫିସ ଖୋଲି ବିଇଡିରେ ନାମ ଲେଖାଇବା ନାମରେ ଶହ ଶହ ପିଲାମାନଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ମାଲିକ ଫେରାର । ସୂଚନା ଅନୁଯାୟୀ ସଂହବିଲା ଠାରେ ସତ୍ୟପାଳ ଗ୍ରାମର ମଦନ ପାତ୍ରଙ୍କ ପୁଅ ସନ୍ତୋଷ ପାତ୍ର ଆଉ କେତେ ଜଣକୁ ନେଇ ପାତ୍ର ଗ୍ରୁପ ଅଫ୍ ଏଜୁକେଶନ ନାମରେ ଅଫିସ ଖୋଲିଥିଲେ । ବିଇଡି,ଏମଇଡି,ବିଏଚ୍ଇଡି ସହ ସଂଯୋଗ କରିବା ଉଦ୍ଦେଶ୍ୟରେ କାର୍ଯ୍ୟାଳୟଟି ଖୋଲା ଯାଇଥିବାର ଜଣାପଡିଛି । ଗରିବ ଶିକ୍ଷିତ ଛାତ୍ର ଛାତ୍ରୀମାନେ ନିଜ ଶିକ୍ଷାକୁ ଆଗକୁ ବଢାଇବା ସହ ଛୋଟ ବଡ ସରକାରୀ ଚାକିରୀ ପାଇବା ପାଇଁ ଇଛା ପ୍ରକାଶ କରୁଥିବା ବେଳେ ବିଇଡି, ଏମଇଡି, ବିଏଚଇଡି ସହ ସଂଯୋଗ ହୋଇପାରୁନଥିଲେ । ଏହି କାର୍ଯ୍ୟାଳୟ ଖୋଲିବା ପରେ ଏଠାକୁ ଶହ ଶହ ଶିକ୍ଷିତ ଛାତ୍ର ଛାତ୍ରୀ ଦୈାଡି ଯାଇଥିଲେ । ଛାତ୍ର ଛାତ୍ରୀମାନେ ନିଜ ନିଜର ନାମ ବିଇଡ, ଏଇଡିି, ବିଏଚଇଡିରେ ନାମ ଲେଖାଇବା ପାଇଁ ଲକ୍ଷାଧିକ ଟଙ୍କା ଦେଇଥିବାର ଅଭିଯୋଗ ହୋଇଛି । ଶହ ଶହ ଛାତ୍ର ଛାତ୍ରୀମାନଙ୍କ ଠାରୁ ନାମ ଲେଖାଇବା ନାମରେ ଲକ୍ଷ ଲକ୍ଷ ଟଙ୍କା ନେବା ପରେ ଅଫିସଟିକୁ ବନ୍ଦ କରିଦେବା ସହ ସନ୍ତୋଷ ପାତ୍ର ଓ ସହଯୋଗୀମାନେ ଫେରାର ରହିଥିବାର ଅଭିଯୋଗ ହୋଇଛି । ଅଫିସ ବନ୍ଦ କରିବାକୁ ନେଇ କେତେ ଜଣ ଗରିବ ଛାତ୍ର ଛାତ୍ରୀ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ । ଖବର ମୁତାବକ ଗତ ୨୦୧୭ ଜାନୁଆରୀ ମାସରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜାମୁଯୋଡି ଗ୍ରାମପଞ୍ଚାୟତର ମାନପୁର ଗ୍ରାମର ଜଣେ ଛାତ୍ରଙ୍କ ଠାରୁ ସନ୍ତୋଷ ପାତ୍ର ବିଇଡିରେ ନାମ ଲେଖାଇବା ନାମରେ ୯୦ହଜାର ଟଙ୍କା ନେଇ ଫେରାର ହୋଇଥିବାର ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ଅଭିଯୋଗକୁ ଭିର୍ତି କରି ପୋଲିସ ସନ୍ତୋଷକୁ ଥାନାକୁ ଡକାଇ ଧମକ ଚମକ ଦେବା ପରେ ଜୀବନ ସାହୁଙ୍କୁ ଟଙ୍କା ଫେରାଇବାର ପ୍ରତିସୃତି ଦେବା ସହ ଗୋଟିଏ ଟଙ୍କା ନଥିବା ଆକାଉଣ୍ଟର ଚେକ୍ ଦେଇଥିବାର ଜଣାପଡିଛି । ପରେ ପରେ ଅଖିଳ କୁମାର ମହାନ୍ତ ଓ ଗୋବିନ୍ଦ କୁମାର ମହାନ୍ତଙ୍କ ଠାରୁ ବିଇଡିରେ ନାମ ଲେଖାଇବା ନାମରେ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଥିବା ସନ୍ତୋଷ ପାତ୍ରଙ୍କ ନାମରେ ୨୦୧୭ ଜୁନ ମାସରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି । ଅଭିଯୋଗ କରିବା ପରେ ଅଖିଳ କୁମାର ମହାନ୍ତଙ୍କୁ ସେହି ଭଳି ଟଙ୍କା ନଥିବା ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟର ଚେକ୍ ଦେଇଥିଲେ । ଚେକଟିକୁ ନେଇ ଅଖିଳ ବ୍ୟାଙ୍କ ଯାଇଥିଲେ ବ୍ୟାଙ୍କରୁ ଜାଣିବାକୁ ପାଇଥିଲେ କି ସେହି ଚେକର ଆକାଉଣ୍ଟରେ ଟଙ୍କା ନାହିଁ । ଟଙ୍କା ନଥିବାକୁ ନେଇ ସନ୍ତୋଷକୁ ଫୋନ କରିଥିଲେ, ସନ୍ତୋଷ ଫୋନରେ ଅଖିଳଙ୍କୁ କିଛି ଦିନ ମଧ୍ୟରେ ଟଙ୍କା ଫେରାଇ ଦେବାର ପ୍ରତିଶୃତି ଦେଇଥିଲେ । ତାର କିଛି ଦିନ ପରେ ଅଖିଳଙ୍କ ଘରକୁ ବିନା ପରିକ୍ଷାରେ ଓଟିଇଟିର ସାର୍ଟିଫିକେଟ ପଠାଇଥିବାର ଅଭିଯୋଗ କରିଛନ୍ତି । ଏବଂ ଅନେକ ଦିନ ବିତିଯାଇଥିଲା ପରେ ବି ସନ୍ତୋଷ ଟଙ୍କା ଫେରାଇ ନଥିବା ସହ ଫେନ ଉଠାଇ ନଥିଲେ, ତାହାକୁ ନେଇ ଅଖିଳ କେନ୍ଦୁଝର ଜିଲା କୋର୍ଟର ଦ୍ୱରାସ୍ଥ ହୋଇଥିବାର ଜଣାଇଛନ୍ତି । ଥାନାରେ ଦେଇଥିବା ଲିଖିତ ଅଭିଯୋଗର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ ସନ୍ତୋଷକୁ ଗିରଫ ନକରିବା ସହ ହାତ ବାନ୍ଧି ବସିଛି । ଏହାକୁ ନେଇ ଟଙ୍କା ଦେଇଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପୋଲିସ ପ୍ରତି ସନ୍ଦେହ ସୃଷ୍ଟି ହେବା ସହ ପୋଲିସ ପ୍ରତି ଆଶା ତୁଟିବାକୁ ବସିଛି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ଶହ ଶହ ଗରିବ ଛାତ୍ର ଛାତ୍ରୀମାନଙ୍କଠୁ ମିଥ୍ୟା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇ ଥିବା ସନ୍ତୋଷ ଓ ସହଯୋଗୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top