ଜିଲ୍ଲା ପରିକ୍ରମା

ବିନା ଟଙ୍କାରେ ମିଳୁନି ଋଣ ଦଲାଲଙ୍କ ଦୌରାତ୍ମ, ଋଣ ଗ୍ରସ୍ତଚାଷୀଙ୍କୁ ଶୋଷଣ

ଟିଟିଲାଗଡ଼ ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଷ୍ଟେଟ ବ୍ୟାଙ୍କ ଶାଖା ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ଋଣ ପାଇଁ ସାଧାରଣ ଆବେଦନ କରି ମାସ ମାସ ଧାଇଁଲେ ସୁଦ୍ଧା ନିରାଶ ହେବ ସାର ହେଉଥିବା ବେଳେ ଯଦି ଦଲାଲ ସହ କମିସନ ଫିକ୍ସ କରିଦିଆ ଯାଏ ତେବେ ତୁରନ୍ତ ଋଣ ମିଳିଯାଏ। ଦୀର୍ଘ ଦିନ ଧରି ଏହି ବ୍ୟାଙ୍କର ଋଣ ବିଭାଗରେ ଜଣେ ସକ୍ରିୟ ଦଲାଲ ଓ ମୁନାଫା ଖୋର ବ୍ୟବସାୟୀ ମିଶି ଖୋଲାଖୋଲି ଏହି ବେଆଇନ କାର୍ଯ୍ୟ କର୍ମଚାରୀଙ୍କ ସହ ମିଶି ଚଳାଇ ଆସିଥିବା ଓ ବେଶ ମାଲାମାଲ ହେଉଥିଲେ ହେଁ ସାଧାରଣ ଅକଥନୀୟ ଦୁର୍ଦଶା ଭୋଗ କରୁଛନ୍ତି। ସରକାରୀ ପେନସନ ଭୋଗୀ ପେନସନ ଋଣ ପାଇଁ, ତଥା ସାଧାରଣ ବିଭିନ୍ନ ଋଣ ଓ ବ୍ୟବସାୟୀ ମାନେ ବଭିନ୍ନ ଋଣ ପାଇଁ ଆବେଦନ ଓ ସବୁ ଆବଶ୍ୟକ କାଗଜ ପତ୍ର ଦାଖଲ କରି ବି ନା ନା ଆଳରେ ଦିନ ଗଡାଇବା ସାର ହୋଇଥାଏ। ଶେଷରେ ନିରାଶ ହେବା ସାର ହୋଇଥାଏ। ହେଲେ ନିଜ ଘର ପରି ଏଠି ସଦା ଜଗି ରହିଥିବା ଦଲାଲକୁ ହାତ କରିଦିଆଯାଏ ତେବେ ତୁରନ୍ତ କାମ ହୋଇଯାଏ। ସେହିପରି ସରକାରୀ ଯୋଜନା ଅନୁଯାଇ ଋଣ ନେଇଥିବା ଚାଷୀ ଉକ୍ତ ଜମା ତାଙ୍କ ବା ମୂଳ ତାଙ୍କ ଜମା କଲେ ଅଧିକ ତାଙ୍କୁ ଋଣ ପୁଣି ମିଳିଥାଏ। ଉକ୍ତ ଅଧିକ ପାଇଥିବା ଟଙ୍କାରୁ ମାତ୍ର ଏକ ହଜାର ଦୁଇ ହଜାର ଟଙ୍କା ଦେଇ ବଳକା ସବୁ ତାଙ୍କ ଦଲାଲ ଓ କରଜ ଦlର ବ୍ୟାଙ୍କ କର୍ମଚାରୀ ନେଇ ମାଲ ମାଲ ହୋଇଥାନ୍ତି, ଉକ୍ତ ଚାଷୀ ପୂର୍ବ ଋଣରୁ ଅଧିକ ଋଣରେ ଋଣଗ୍ରସ୍ତ ହୋଇ ଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top