ଜିଲ୍ଲା ପରିକ୍ରମା

ବିନାୟକ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଓ ପୁରସ୍କାର

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମଧୁବନ ବିନାୟକ କ୍ରୀଡା ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଅତିରିକ୍ତ ମଣ୍ଡଳକାରୀ କାର୍ତିକ ବେହେରା, ନିରଜଂନ ପାତ୍ର, ସାଧନ କେନ୍ଦ୍ରସଂଯୋଜିକା ରଶ୍ମିରେଖା ସାମନ୍ତରାୟ। ବିଦ୍ୟାୟ ଉପସଭାପତି ମହେଶ୍ୱର ଭଟ୍ଟ ପ୍ରମୁଖସମ୍ମାନୀତ ଅତିତୀ ଭାବେ ଯୋଗ ଦେିଥଇଲେ। ବିଦ୍ୟାଳୟର ସଭାପତି ରାମଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂଯୁକ୍ତା ପ୍ରଧାନ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ମନୋରଂଜନ ତ୍ରିୀପାଠୀ ସ୍ୱାଗତ ଭାଷଣ ଦେଇଥିଲେ।ଅତିଥୀମାନେ ନିଜ ବକ୍ତବ୍ୟରେ ଶିକ୍ଷା ସହିତ କ୍ରୀହାର ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ। ପ୍ରଧାନଶିକ୍ଷକ ଲକ୍ଷ୍ମୀପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦୈାଡ, ବଲ ଥ୍ରୋ, ବେଲୁନ ଥ୍ରୋ, ମ୍ୟୁଜିକ ଚେୟାର, ଗଣିତ ଦୈାଡ ଇତ୍ୟାଦି ପ୍ରତିଯୋଗିତା କରାଯିବା ସହ କୃତୀ ପ୍ରତିଯୋଗିତା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟତ୍ରୀ ଦେବଜାନୀ ଜେନା, ବିକାଶ ବିରାଳ, ମାନିନୀ ମିଶ୍ର, ଅନିଶା ମିଶ୍ର, ମମତା ମିଶ୍ର, ସଂଧ୍ୟାରାଣୀ ତ୍ରୀପାଠୀ, ମନୋରମା ବରାଳ, ଅଯଂଜଳି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top