ବିନାୟକ ଡିଗ୍ରୀ କଲେଜର ତୃତୀୟ ବାର୍ଷିକ ଉତ୍ସବ ସଚେତନ ନାଗରିକ ସୃଷ୍ଟି କରିବା ଶିକ୍ଷାର ଅନ୍ୟତମ ଲକ୍ଷ୍ୟ – ପ୍ର. ମଧୁମିତା ଦାସ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଧୀମାନଙ୍କୁ ଜୀବିକା ନିମନ୍ତେ ପ୍ରସ୍ତୁତ କରିବା ସହିତ ସେମାନଙ୍କୁ ଦେଶର ସଚେତନ ଏବଂ ଦାୟିତ୍ୱ ସଂପନ୍ନ ନାଗରିକ ହେବାପାଇଁ ପ୍ରେରିତ କରିବା ଆବଶ୍ୟକ। ନିରୂପିତ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କର ନୈତିକ ଓ ଆଧ୍ୟାତ୍ମିକ ସ୍ତରର ଉନ୍ନତି ଘଟାଇବା ଶିକ୍ଷକମାନଙ୍କର ଅନ୍ୟତମ ଲକ୍ଷ୍ୟ ହେବା ଉଚିତ ବୋଲି ବିନାୟକ ଡିଗ୍ରୀ କଲେଜର ତୃତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ମତବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ମଦନମୋହନ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳସଚିବ ଏବଂ ପ୍ରାଣୀ ବିଜ୍ଞାନ ପ୍ରଫେସର ଭିକାରୀ ଚରଣ ଗୁରୁ ଯୋଗଦେଇ କହିଥିଲେ ଯେ ସଂଯମ ଓ ଶୃଙ୍ଖଳା ଆଚରଣ ଦ୍ୱାରା ଛାତ୍ରମାନେ ଜୀବନର ଲକ୍ଷ୍ୟ ହାସଲ କରିପାରିବେ। ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶ ଡଃ ତୁଷାରକାନ୍ତି ତ୍ରିପାଠୀ ଯୋଗଦେଇ କହିଥିଲେ ଶିକ୍ଷା ଲାଭ ସଙ୍ଗେ ସଙ୍ଗେ ଛାତ୍ରମାନେ ବ୍ୟକ୍ତି, ସମାଜ ଓ ଦେଶର ଅନିଷ୍ଟ ହେବାଭଳି କର୍ମରୁ ନିବୃତ ରହିବା ପାଇଁ ହୃଦୟକୁ ନିର୍ମଳ ଓ ଦୃଷ୍ଟିକୁ ପ୍ରତିବନ୍ଧକ ଶୂନ୍ୟ ରଖିବା ଆବଶ୍ୟକ। ଅନ୍ୟତମ ସମ୍ମାନିତ ତଥା ବିନାୟକ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଏସ୍.ଏସ୍. ମହାନ୍ତି ପ୍ରତ୍ୟେକ ଛାତ୍ର ବିନୟୀ ଓ ଲକ୍ଷ୍ୟ ନିଷ୍ଠ ହେବାପାଇଁ ପରାମÿର୍ଶ ଦେଇଥିଲେ। ବିନାୟକ ଡିଗ୍ରୀ କଲେଜର ଅଧ୍ୟକ୍ଷ ତାଙ୍କର ଅଭିଭାଷଣରେ ମଞ୍ଚାସୀନ ଅତିଥିମାନଙ୍କୁ ଆର୍ଦଶ ଭାବେ ଗ୍ରହଣ କରିବା ଏବଂ ସାଧନା ଓ କଠିନ ପରିଶ୍ରମ ବଳରେ ପାରଙ୍ଗମ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ପରିଚାଳନା ସମିତିର ଉପଦେଷ୍ଟା, ଅଧ୍ୟାପକ, ମନୋଜ କୁମାର ପାଢୀ ଅତିଥିମାନଙ୍କର ପରିଚୟ ପ୍ରଦାନ ଏବଂ ସଂପାଦକ ପ୍ରମୋଦ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ତୃତୀୟ ବାର୍ଷିକ ଛାତ୍ରୀ ଅନସୁୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଯଥା ଜଗଦ୍ୱୟ ନାୟକ,  ଦୁତି ଜେନା, ଏସ . କଳ୍ପନା,  ନଚିକେତା ସୁତାର,  ବିନାୟକ ଧନି,  ଏସ୍ ଚାନ୍ଦ,  ସୁଶୀଳ ପଣ୍ଢା, ରାଜେନ୍ଦ୍ର ରାଉତ କୃଷ୍ଣ ପାଣି, ଧୀରେନ୍ଦ୍ର ଲେଙ୍କା ଓ ରମେଶ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯାଗ କରିଥିଲେ। ଡ଼୍ୟାନ୍ସ ଓ ଓମଚାନ୍ଦ ବିଶ୍ୱାଳଙ୍କ ସଂଗୀତ ପରିବେଷଣ ସମଗ୍ର ମାହୋଲକୁ ମନମୁଗ୍ଧକର କରି ଗଢି ତୋଳିଥିଲା। ଅତିଥିମାନେ କୃତୀ ପ୍ରତିଯୋଗୀ କଳାକାରଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସେବାଶ୍ରମର ସମ୍ପାଦକ ଚିନ୍ତାମଣୀ ଦାସ ଓ କର୍ମକର୍ତ୍ତା ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *