ଜିଲ୍ଲା ପରିକ୍ରମା

ବିନାୟକ କଲଚରାଲ ଆସୋସିଏସନର ବାର୍ଷିକ ଉତ୍ସବ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ରେଡକ୍ରସ ରୋଡ ବିନାୟକ କଲଚରାଲ ଆସୋସିଏସନର ବାର୍ଷିକ ଉତ୍ସବ ମହାସମାରୋହରେ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ରଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆସୋସିଏସନର ସଭାପତି ଅନୀଲ କୁମାର ରାଏଙ୍କ ୃଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂପାଦକ ସୋମନାଥ ସାହୁୂ ବିବରଣୀ ପାଠ କରିଥିଲେ। ରାଧା ରଂଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ମହାନ୍ତି ଅନୁଷ୍ଠାନର ସଦସ୍ୟ ମାନଙ୍କର ଉଚ୍ଚ ପ୍ରଶଂସା କରିବା ସହଅଂଚଳର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଲଗିଂ ହାଉସ ଫଣ୍ଡର ସଭାପତି ସବ୍ୟସାଚୀ ମହାପାତ୍ର ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ। ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top