ଓଡ଼ିଶା

କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଲେ

ଭୁବନେଶ୍ୱର ୬-୧୧ (ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବୀ ବିଧିବଧ ଭାବରେ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ସେ ଇସ୍ତଫା ଦେଉଥିବା ଗଣମାଧ୍ୟମ ଆଗରେ କହିଥିଲେ। ଅକ୍ଟୋବର ୩୦ରେ ନିଜର ଇସ୍ତଫା ନେଇ ଘୋଷଣା କରିଥିଲେ କୃଷ୍ଣଚନ୍ଦ୍ର। କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ମର୍ମାହତ ହୋଇ ସେ ଇସ୍ତଫା ଦେଉଥିବା ସୂଚନା ଦେଇଥିଲେ। ଶ୍ରୀ ଶଗରିଆଙ୍କ ଇସ୍ତଫା ପରିପ୍ରେକ୍ଷୀରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶ୍ରୀ ଶଗରିଆଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତେବେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ଆଉ ବିରୋଧୀ ଦଳ ନେତା ମାନ୍ୟତା ରହିବ କିମ୍ବା ନାହିଁ ସେ ନେଇ ମଧ୍ୟ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top