ବିଧାୟିକା ସୁଞ୍ଜାନୀଙ୍କର ୮୧ତମ ଜନ୍ମ ଦିବସରେ ରକ୍ତଦାନ ଶିବିର

ପୁରୁଷୋତ୍ତମପୁର,୫/୮ (ଓଡ଼ିଆ ପୁଅ-ସୁଦାମ ମହାରଣା) କବିସୂର୍ଯ୍ୟ ନଗର ବିଧାୟିକା ସୁଞ୍ଜାନୀ କୁମାରୀ ଦେଓଙ୍କର ୮୧ ତମ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ପୁରୁଷୋତ୍ତମପୁର ଏନ୍ଏସିରେ ସ୍ଥିତ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରୁ ୧୨୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରାଜ୍ୟ ବିଜେଡି ସମ୍ପାଦକ ଟି ଗୋପି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ବେହେରା, ଉପାଧ୍ୟକ୍ଷ ସ୍ନେହ ଲତାପଣ୍ଡା, ଜିଲ୍ଲା ଉପସଭାପତି ଅରୁଣ ପଣ୍ଡା, ବିଜେଡି ବ୍ଲକ ସଭାପତି ଦିଗାମ୍ବର ପାଣିଗ୍ରାହୀ, ଯୁବ ବିଜେଡି ଉପ ସଭାପତି ନିର୍ମଳ ସାହୁ, ଶ୍ୟାମ ସୁନ୍ଦର ଦାଶ, କୌଣସି ଗୈଡ, ରବି ବେହରା, ଗୋପାଳ ଦୋରା, ଭଜ ବେହେରା, ଶ୍ରୀ ରାମ ସ୍ବେଚ୍ଛାସେବୀ ସଘଠନ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *