ବିଧାୟିକା ଦେଲେ ଇଫତାର ପାର୍ଟି

ସମ୍ବଲପୁର ୪/୬ (ଓଡ଼ିଆ ପୁଅ) ସମ୍ବଲପୁର ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ ରବିବାର ସନ୍ଧ୍ୟାରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ। ସ୍ଥାନୀୟ ଭିଏସଏସ ଷ୍ଟାଡିୟମ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଇଫତାର ପାର୍ଟିରେ ବିଧାୟିକାଙ୍କ ସମେତ ବିଜେଡି ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ, ଜିଲ୍ଲା ରେଡ କ୍ରସ ସମ୍ପାଦକ ଜୟ ଜର୍ଜ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରାରମ୍ଭରେ ନମାଜ ପାଠ କରାଯାଇଥିଲା। ଏହା ପରେ ପଂକ୍ତି ଭୋଜନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା। ପ୍ରାୟ ୧୫୦୦ରୁ ଉର୍ଦ୍ଧ ରମଜାନ ବ୍ରତଧାରୀ ଏହି ଇଫତାର ପାର୍ଟିରେ ଯୋଗ ଦେଇଥିବା ବେଳେ ବରିଷ୍ଠ ନାଗରିକ ହାଜୀ ରିଆଜ ମାଷ୍ଟର, ଇଂଜହର ହାସନ, ନିଜ୍ଜାମ, ଅମୀର ହାସନ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *