ଜିଲ୍ଲା ପରିକ୍ରମା

ବିଧାୟକ ଙ୍କ ଐତିହାସିକ ପଦକ୍ଷେପ,ଦଖଲଜମି ପଟ୍ଟା ଓ ଏମଭି,ଏମପିଭି ନମ୍ବର କୁ ଗ୍ରାମ ଭାବେ ନାମକରଣ କରିବା ପାଇଁ ବ୍ୟବସ୍ଥା

ମାଲକାନଗିରି,୧୮ା୭ (ଓଡିଆ ପୁଅ  )  ମାଲକାନଗିରି ବିଧାୟକ ମାନସ ମାଡକାମି ଙ୍କ ଐତିହାସିକ ପଦକ୍ଷେପ ଯୋଗୁଁ ଜିଲ୍ଲାବାସୀ ବିଭିନ୍ନ ସାରକାରି ଯୋଜନାରେ ସାମିଲହୋଇ ଉପକୃତ ହୋଇପାରିଛନ୍ତି । ଏବେ ଖୁବ କମଦିନ ମଧ୍ୟରେ ଭୁମିହିନ ଲୋକଙ୍କୁ ସେମାନଙ୍କ ଦଖଲ ଜମିକୁ ସରକାରି ପଟାଦେବା ଓ ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷଧରି ବସବାସ କରିଆସୁଥିବା ବଙ୍ଗୀୟ ଶରଣାର୍ଥୀ ମାନଙ୍କ ଏମଭି ଓ ଏମପିଭି ନମ୍ବର ଭିଲେଜ ଗୁଡିକୁ ଜିଲ୍ଲାର ରାଜସ୍ୱଗ୍ରାମରେ ସାମିଲକରି ନମ୍ବର ପରିବର୍ତେ ସାହି ଓ ଗ୍ରାମ ଭାବେ ନାମକରଣ କରିବା ପାଇଁ ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀ ଙ୍କୁ ବିଧାୟକ ଅନୁରୋଧ କରିଥିଲେ । ରାଜ୍ୟସରକାର ବିଧାୟକ ଙ୍କ ଅନୁରୋଧ କ୍ରମେ ଏହି ଦୁଇଟି ଦାବିକୁ ବିଚାର କରି ତାହା ତୁରନ୍ତ କାର୍ଯ୍ୟକାରି ହେବ ବୋଲି ଗତକାଲି ଘୋଷଣା କରିଛନ୍ତି । ଏହି ଘୋଷଣାରେ ଖୁସି ହୋଇ  ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ବିଧାୟକ ମାନସ ମାଡକାମି ଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଆଜି ସଂନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କ ପ୍ରତି ଦରଦ ଓ ତାଙ୍କର ପ୍ରାୟସକୁ ସ୍ୱାଗତ ଜଣାଇ ଧନ୍ୟବାଦ ଦେବାସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜିଲ୍ଲାବାସୀ କୃତଜ୍ଞତା ପ୍ରକାଶ କରିଛନ୍ତି ବୋଲି ବିଧାୟକ ଶ୍ରୀ ମାଡକାମି କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ତଳସାହି,ଦୁର୍ଗାଗୁଡି ସାହି,ଜଗନ୍ନାଥମନ୍ଦିର ସାହି,ମାଉଳିଗୁଡିସାହି,ବସଷ୍ଟାଣ୍ଡ ସାହି,ସହିତ ପୌରପରିଷଦ ଅଧିନରେ ଥିବା ଅନ୍ୟନ ସାହି ବାସିନ୍ଦା ଦୀର୍ଘ୫୦ବର୍ଷରୁ ଉର୍ଦ୍ଦ ବସବାସ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଘରବାରି ପଟ୍ଟା ମିଳି ନଥିଲା,ଗ୍ରାମକଟଂକ ପରମ୍ବକ ଅନୁସାରେ ସହରରେ ବସ ବାସକରୁଥିବା ପ୍ରାୟ ଏକହଜାର ରୁ ଉର୍ଦ୍ଦପରିବାରଙ୍କୁ ତୁରନ୍ତ ଘରବାରି ପଟ୍ଟା ଯୋଗାଇ ଦେବା ପାଇଁ  ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାର ଙ୍କ ନିକଟରେ ବାରମ୍ବାର ମାଲକାନଗିରି ବିଧାୟକ ଶ୍ରୀ ମାଡକାମି ଦାବିକରି ଆସୁଥିଲେ । ବିଧାୟକ ଙ୍କ ଉଦ୍ୟମକ୍ରେମ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ସହରବାସୀଙ୍କୁ ଗ୍ରାମକଟଂକ ପରମ୍ବକ ଘରବାରି ପଟ୍ଟା ଦେବା ଆରମ୍ଭ କରିଦେଇଛନ୍ତି । ଇତି  ମଧ୍ୟରେ ୪୮୦ଜଣଙ୍କୁ ଗ୍ରାମକଟଂକ ପରମ୍ବକ ଘରବାରି ପଟା ବଟାଂସରିଛି,ଆଗରୁ କେବଳ ଘରବାରି ଥିବା ଜମିର ପଟା ଦିଆଯାଉଥିଲା ।ଘରବାରି ବ୍ୟତିତ ଅଧିକ ଜମି ଦଖଲରେ ଥିଲେ ତାହାର ପଟାମିଳୁନଥିଲା । ଗତକାଲି ରାଜ୍ୟସରକାର ଙ୍କ ନିସ୍ପତି ଅନୁସାରେ ଘରବାରି ସହିତ ଯିଏ ଯେତେ ଦଖଲରେ ରହିଛନ୍ତି ସେମାନଙ୍କର ଆବସ୍ୟକ ଅନୁସାରେ ପଟା ଦିଆଯିବ ବୋଲି ନିସ୍ପତି ନିଆଯାଇଥିବା ଓ ବଙ୍ଗୀୟଶରଣାର୍ଥୀ ଙ୍କ ବଦଳରେ ସେମାନଙ୍କୁ ଗ୍ରାମବାସୀ ବୋଲି ଆଖ୍ୟାଦେବାସହ ସେମାନଙ୍କ ଏମଭି,ଏମପିଭି ନମ୍ବର ବସ୍ଥିଗୁଡିକୁ ହାମଲେଟ ଓ ରାଜସ୍ୱ ଗ୍ରାମଭାବେ ନାମକରଣ ଖୁବ ଶିଘ୍ର କରାଯିବ । ଏହା ପଚାଂୟତ ଓ ରାଜସ୍ୱଗ୍ରାମ ପଲ୍ଲିସଭାରେ ଅନୁମୋଦନ ହେବା ପରେ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ବିଧାୟକ ଶ୍ରୀ ମାଡକାମି ସାମ୍ବାଦିକ ସମ୍ମିଳନୀରେ ସୁଚନାଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର, ବିଜେଡି ବରିଷ୍ଟ ନେତା ଗୋପାଳପଣ୍ଡା,ରମେଶ ପଟନାୟକ,ଗଣେଷ ମଣ୍ଡଳ,ପ୍ରଭାକରପ୍ରଧାନ, ସଦାନନ୍ଦ ଖରା,ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top