ଅନୁଗୁଳ

ବିଧାୟକଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

ତାଳଚେର, ୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଧିନରେ ତାଳଚେର ଷ୍ଟେସନ ସନ୍ନିକଟ ଘଂଟପଡ଼ା ପଂଚାୟତର ୧୮ନଂ ୱାର୍ଡ଼କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନୀ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ପ୍ରଧାନ ରାଜାଲାଇନ୍ ନିକଟସ୍ଥ ଉଦଘାଟନୀ ସ୍ଥଳୀରେ ପହଂଚିବାପରେ ୱାର୍ଡ଼ବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମସ୍ଥଳୀରେ ପହଂଚି ଘଂଟପଡ଼ା ପଂଚାୟତର ସରପଂଚ ମନୋଜ ବେହେରା, ୧୮ନଂ ୱାର୍ଡ଼ ସଭ୍ୟା ସୁବାସିନୀ ପାତ୍ର, ଆର.ଡବ୍ଲ୍ୟୁ.ଏସ୍.ଏସ୍.ର କନିଷ୍ଠ ଯନ୍ତ୍ରୀ ଗୋରାଚାନ୍ଦ ରଥ, ବନ୍ତୋଲ ସରପଂଚ ଅବନୀକାନ୍ତ ଦେହୁରୀ, ସମିତି ସଭ୍ୟ ଦୋଳ ଗୋବିନ୍ଦ ସାହୁ ପ୍ରମୁଖଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଫିତା କାଟି ୱାର୍ଡ଼ବାସୀଙ୍କ ନିମନ୍ତେ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସ୍ଥାୟୀ ପାନୀୟଜଳ ନିମନ୍ତେ ୱାର୍ଡ଼ବାସୀ ଦୀର୍ଘ ବର୍ଷ ଧରି ହଇରାଣ ହରକତ ହୋଇ ଆସୁଥିବା ବେଳେ ବର୍ତମାନ୧୮ନଂ ୱାର୍ଡ଼କୁ ସ୍ଥାୟୀଭାବେ ଜଳଯୋଗାଣ ସମ୍ଭବ ହୋଇ ପାରିଥିବାରୁ ବିଧାୟକ ଶ୍ରୀ ପ୍ରଧାନ ଏବଂ ପଂଚାୟତର ସରପଂଚ ମନୋଜ ବେହେରାଙ୍କୁ ସମସ୍ତ ସ୍ଥାନୀୟ ବାସିନ୍ଦା ଧନ୍ୟବାଦ ପ୍ରକଟ କରିଥିଲେ। ଏହା ପରେ ସ୍ଥାନୀୟ ଅଂଚଳରେ ଥିବା ତାଳେଶ୍ୱର ଶିବ ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥିଭାବେ ସରପଂଚ ମନୋଜ ବେହେରା, ସମ୍ମାନୀତ ଅତିଥିଭାବେ ଆର.ଡବ୍ଲ୍ୟୁ.ଏସ୍.ଏସ୍.ର କନିଷ୍ଠ ଯନ୍ତ୍ରୀ ଗୋରାଚାନ୍ଦ ରଥ, ସମାଜସେବୀ କ୍ଷୀରୋଦ ସାହୁ, ପଂଚାୟତର ଆଇନ ପରାମର୍ଶଦାତା ଯୋଗୀନାଥ ବେହେରା, ୱାର୍ଡ଼ ସଭ୍ୟା ସୁବାସିନୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସରପଂଚ ଶ୍ରୀ ବେହେରା ଅଧ୍ୟକ୍ଷତା କରି ଜଣେ ନିର୍ବାଚିତ ପ୍ରତିନିଧିଭାବେ ଦଳମତ ନିର୍ବିଶେଷରେ ସମସ୍ତ ବାସିନ୍ଦାଙ୍କ ଉନ୍ନତି ଏବଂ ପଂଚାୟତର ବିକାଶ ନିମନ୍ତେ ସେ କାର୍ଯ୍ୟ କରି ଚାଲିବେ ବୋଲି ମତବ୍ୟକ୍ତ କରିଥିଲେ। ୨ନମ୍ବର ୱାର୍ଡ଼ ସଭ୍ୟ ନିରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଘଂଟପଡ଼ା ପଂଚାୟତର ଅନ୍ୟତମ ପୁରୁଣା ୱାର୍ଡ଼ ଭାବେ ଏହି ଅଂଚଳର ବାସିନ୍ଦା ଦୀର୍ଘ ୭୦ ବର୍ଷ ହେବ ସ୍ଥାୟୀଭାବେ ପାନୀୟ ଜଳ ଯୋଗାଣ ପାଇବାରୁ ବଂଚିତ ରହିଥିବା ବେଳେ ନୂତନ ସରପଂଚ ଶ୍ରୀ ବେହେରା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଭାବେ ୱାର୍ଡ଼ବାସୀଙ୍କୁ ସ୍ଥାୟୀ ପାନୀୟ ଜଳ ଯୋଗାଣ ନିମନ୍ତେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଥିବାରୁ ସ୍ଥାନୀୟ ଲୋକେ ବିଶେଷଭାବେ କୃତଜ୍ଞତା ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସରୋଜ ବେହେରା, ଶୁଭେନ୍ଦୁ ରଥ, ଶୁଭେନ୍ଦୁ ବେହେରା, ସୁଜିତ ବେହେରା, ଯୁବ ନେତା ରାଜେଶ ଦାସ, ମନୋଜ ସାହୁ, ପ୍ରଫୁଲ ମହାପାତ୍ର, ସୀତାରାମ ପାତ୍ର, ଅଭୟ ପାଣି, ପ୍ରତାପ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top