ad
ଯାଜପୁର

ବିଧାୟକଙ୍କ ଦ୍ୱାରା କୋରେଇ ବ୍ଲକର ବିଭିନ୍ନ ପ୍ରକଳ୍ପର ମାରାଥନ୍ ଶିଳାନ୍ୟାସ ଓ ଉଦ୍ଘାଟନ

ଭୁବନେଶ୍ୱର/ଯାଜପୁର୬ା୩(ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକର ବରୁଣ୍ଡାଇ, ମକୁନ୍ଦପୁର ଓ ଖମଣ ଆଦି ପଂଚାୟତରେ ବିଭିନ୍ନ ପ୍ରକଳ୍ପର ଆଜି ମାରାଥନ୍ ଉଦ୍ଘାଟନ ଓ ଶିଳାନ୍ୟାସ ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ବରୁଣ୍ଡାଇ ପଂଚାୟତର ନୂତନ ଗୃହ ଉଦ୍ଘାଟନ କରିବା ସହିତ ବିରୁଆଁପଡ଼ା ଠାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭରହେଡ଼୍ ଟାଙ୍କିର ଶିଳାନ୍ୟାସ କରିଥିଲେ । ପରେ ବରୁଣ୍ଡାଇ-ମକୁନ୍ଦପୁର ରାସ୍ତାର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ କରିଥିଲେ । ପୁର୍ତ ବିଭାଗ ଦ୍ୱାରା ୬ କିଲୋମିଟର ଲମ୍ବର ହେବାକୁ ଥିବା ଏହି ରାସ୍ତା ନିର୍ମାଣରେ ୩କୋଟି ୭୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପରେ ଅପରାହ୍ନରେ ଆମ ଗାଁ ଆମ ବିକାଶ ଯୋଜନାରେ ଖମଣ ପଂଚାୟତର ନୂଆପାଟଣା, ଖମଣ, ଠାକୁରପାଟଣା, ନାହାନ୍ଦା, ନାଉଡ଼ପୁର, ଗୁରୁସାହି, ରାଧାନଗର ପାଟଣା, ବଢେଇଟିକର, ମଠପାଟଣା ଆଦି ଗ୍ରାମରେ ମୋଟ ୧୧ ଟି ପ୍ରକଳ୍ପ ସମତେ ଶଙ୍ଖଚିଲା ହାଟ ଉପରେ ନିର୍ମିତ ୨୦ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଥିଲେ । ଏହା ସହିତ ହାଟ ଉପରେ ଏକ ଯାତ୍ରୀ ବିଶ୍ରାମାଗାର ଓ କଲ୍ୟାଣମଣ୍ଡପ ଶିଳାନ୍ୟାସ ମଧ୍ୟ କରିଥିଲେ । ବରୁଣ୍ଡାଇ ଓ ମକୁନ୍ଦପୁର ଠାରେ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକ୍ ବିଜେଡ଼ି ସଭାପତି ଭକ୍ତବସôଳ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀ ଘଡାଇ, ମାତାଜୀ ଆଏଚ, ବରୁଣ୍ଡାଇ ସରପଂଚ ସୌଭାଗ୍ୟ ମହାନ୍ତି, ସମିତିସଭ୍ୟା ଜୟନ୍ତୀ ସାହୁ, ନାଏବ ସରପଂଚ ଗୋଲାପି ସାହୁ, ବଳରାମ ମହାନ୍ତି, ରୁନୁ ଭୁୟାଁ, ପ୍ରଶାନ୍ତ ମହାପାତ୍ର, ରମେଶ ମହାନ୍ତି, ରବିନ୍ଦ୍ର ଜେନା, ହିମାଂସୁ ପାଢୀ, ପ୍ରବୋଧ କୁମାର ଜେନା, ଉପେନ୍ଦ୍ର ଜେନା, ଅଭିମନ୍ୟୁ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଖମଣ ପଂଚାୟତରେ ସରପଂଚ ସୁଶାନ୍ତ କୁମାର ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ସୁବାସ ଧଳ, ପଂଚାୟତ ସଭାପତି କୌଳାସ ଚନ୍ଦ୍ର ସାହୁ, ଗାୟତ୍ରୀ ସାହୁ, କୃଷ୍ନଚନ୍ଦ୍ର ସାହୁ, ହରିଶଙ୍କର ଗୁରୁ, ଅମୂଲ୍ୟ ମଳିକ, କାର୍ତିକ ସାହୁ, ଗୌରାଙ୍ଗ ନାୟକ, ଦଶରଥ ସାହୁ, ଦେବପ୍ରସାଦ ସାହୁ, ଗଣେଶ୍ୱର ପଢୀ, ମହେଶ୍ୱର ଗୁରୁ, ମଦନ ମୋହନ ସାହୁ ଓ ଭାସ୍କର ପୃଷ୍ଟିଙ୍କ ସମତେ ବହୁ କର୍ମୀ ଉପସ୍ଥିତ ଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top