ବାହାନଗା, ବାଲେଶ୍ୱର୧୭/୦୩(ଓଡ଼ିଆ ପୁଅ/ ଭାରତୀ ଦାସ)-ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଧାୟକଙ୍କ ଦ୍ୱାରା ନୂତନ ବର୍ହିବିଭାଗ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ୮୦ଲକ୍ଷଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମିତ ହେବାକୁ ଥିବା ନୂତନ ଗୃହକୁ ସୋର ବିଧାୟକ ପର୍ଶୁରାମ ଧଡ଼ା ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ ପର୍ବରେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି, ସମିତିସଭ୍ୟା ତୁଷାରକାନ୍ତି ମହାପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡ଼ିକାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ମଧୂସ୍ମିତା ବେହେରା, ଏନଏଚ୍ ଏମ ଯନ୍ତ୍ରୀ ଏମ୍ ଖାନମ୍, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବାଶିଷ ନାୟକଙ୍କ ସହ, ଅଶ୍ୱନୀ ମହାପାତ୍ର, ନୀଳାମ୍ବର ମହାଳିକ, ଅଜୟ ପଣ୍ଡା, ଗୋପାଳପୁର ମା କାଳୀ ବ୍ୟବସାୟୀ ସଙ୍ଘର ସଭାପତି ସୁଦର୍ଶନ ଦାସ ଓ ସଂପାଦକ ଭଗବାନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Loading...