ବିଧାୟକଙ୍କ ଗିରଫ ଦାବି କଲା ରାଜ୍ୟ ଯାଦବ ମହାସଂଘ

ଟିଟିଲାଗଡ଼ ୧୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ନନ୍ଦ ଗ୍ରାମର ପ୍ରାଥମିକ ସେବା ସମବାୟ ସମିତି ତରଫରୁ “ସମବାୟ ଆମଦ୍ୱାର ଦେଶରେ” କାର୍ଯ୍ୟକ୍ରମ ଗତ ମାସ ୨୪ ତାରିଖରେ ବୋଡେ଼ନଠାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଟଙ୍କଧର ଖରସେଲ ନାମକ ଧର୍ମଗଡ଼ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଜଣେ ଚାଷୀ ନିମନ୍ତ୍ରଣ ପାଇଁ ଯୋଗ ଦେଇଥିଲେ। ପ୍ରାଥମିକ ସେବା ସମବାୟ ସମିତି. ଲି.ର ସଭାପତି ଶ୍ରୀଧର ବଣିଆ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ତଥା ସ୍ଥାନୀୟ ସରପଞ୍ଚ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଲୋକଙ୍କୁ ମେଡିକାଲ ସେବା ନେଇ କହିବା ପରିବର୍ତ୍ତେ ହଜାର, ହଜାର ଲୋକଙ୍କୁ ମେଡିକାଲ ସେବା ଯୋଗାଇ ଦିଆଯିବ ନେଇ ପ୍ରକାଶ କରିଥିଲେ। ଏ ନେଇ ଦିବ୍ୟଙ୍ଗ ଟଙ୍କଧର ଖରସେଲ ନିଜ ଭାଷାରେ ପ୍ରତିବାଦ କରିଥିଲେ ଓ ସେ ବାରମ୍ବାର ଚିକିତ୍ସା ସହାୟତା ପାଇଁ ଜୁନାଗଡ଼ ବିଧାୟକ ଓ ଧର୍ମଗଡ଼ ବିଧାୟକଙ୍କୁ ଧାଇଁ, ଧାଇଁ ନିରାଶ ହୋଇ କିଛି ସହାୟତା ନ ପାଇ ତାଙ୍କ ବାମ ଗୋଡ ହରାଇ ଆଜି ଆଶାବାଡିରେ ଚାଲିବା ପ୍ରକାଶ କରିଥିଲେ। ଏହା ଶୁଣି ବିଧାୟକ ଉତକ୍ଷିପ୍ତ ହୋଇ ଗାଳି, ଗୁଲଜ କରିବା ସହ ଧରିଥିବା ମାଇକ୍ରୋଫୋନରେ ମାରିଦେବା ଧମକ ଦେଇଥିଲେ ଏ ନେଇ ସେ କଳାହାଣ୍ଡି ଜିଲ୍ଲା ଯାଦବ ସମାଜକୁ ଜଣାଇଥିଲେ ଓ ସୁରକ୍ଷା ମାଗିଥିଲେ। ଏ ସମ୍ପର୍କରେ ସମାଜର ବୈଠକରେ ଉକ୍ତ ଘଟଣାର ସୁଟିଂ କୁ ଅନୁଧ୍ୟାନ କରି ଏନେଇ ଧର୍ମଗଡ଼ ଥାନାକୁ ଯାଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗୁହାରି କରିଥିଲେ। ଏ ଘଟଣା ନେଇ ଥାନା କେଶ ନଂ!୧୫୯/୨୬.୦୮.୧୮ ଦଫା ୫୦୬ କ୍ରମେ ମାମଲା ଦାୟର ହୋଇଥିଲା। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ରାଜ୍ୟ କାର୍ଯ୍ୟକାରିଣୀ କମିଟି ତରଫରୁ ଆନ୍ଦୋଳନ କରିବା ସହ କଳାହାଣ୍ଡି ଜିଲ୍ଲାରେ ୨୮ତାରିଖ ଦିନ ବିକ୍ଷୋଭ ପ୍ରଦର୍ଶନ ଶହ ଆଉ ତୀବ୍ର ବିରୋଧ କରିବା ଓ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରରେ ପ୍ରତିବାଦ କରିବା ନେଇ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦିଆଯାଇଛି। ସ୍ଥାନୀୟ ଟିଟିଲାଗଡ଼ ରିଗଲ ପ୍ଲାଜା ସ୍ୱାଭାଗୃହରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ଓ ସାରା ରାଜ୍ୟ ବ୍ୟାପୀ ବିଧାୟକଙ୍କୁ ଗିରଫ ନ କରିବା ଜାଏ ଆନ୍ଦୋଳନ ଜାରି ରଖିବା ସୂଚନା ଦେଇଛନ୍ତି।

Exif_JPEG_420

Leave a Reply

Your email address will not be published. Required fields are marked *