ଓଡ଼ିଶା

ବିଧାନ ପରିଷଦ ଗଠନ ବିରୁଦ୍ଧରେ ଉତ୍କଳ ଭାରତର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କ ସମେତ ଶତାଧିକ ଗିରଫ

ଭୁବନେଶ୍ୱର, ତା, ୧୮.୯.୧୮ (ଓଡ଼ିଆ ପୁଅ) ଓଡ଼ିଶାରେ ବିଧାନ ପରିଷଦ ଗଠନ ବିରୁଦ୍ଧରେ ଆଜି ଉତ୍କଳ ଭାରତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାର୍ଟିର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବାହାରି ନବୀନ ନିବାସ ଘେରାଉ ପାଇଁ ଯାତ୍ରା କରିଥିବା ବେଳେ ପୋଲିସ ରାଜମହଲ ଛକଠାରେ ଅଟକାଇ ଗିରଫ କରିଥିଲା। ଏଥିରେ ପାର୍ଟିର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଗିରଫ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଭାରତର ରାଜ୍ୟ ଉପ ସଭାପତି ଲୋକନାଥ ଷଡ଼ଙ୍ଗୀ, ରାଜେନ୍ଦ୍ର ଦଳବେହେରା, ରାମକୃଷ୍ଣ ମହାପାତ୍ର, ସମ୍ପାଦକ କାମିଲୁଦ୍ଦିନ ଅହମଦ, ନେହେରୁ ପ୍ରଧାନ, ଶ୍ରୀହର୍ଷ ସ୍ୱାଇଁ, ଦଳିତ ଉତ୍କଳ ଭାରତ ସଭାପତି ଦିଲ୍ଲୀପ ମଲ୍ଲିକ, ଯୁବ ଉତ୍କଳ ଭାରତ ସଭାପତି ଜଗଦିଶ ପ୍ରଧାନ, ସାଧାରଣ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ସମ୍ପାଦକ ପ୍ରଦୀପ ଜେନା, ନାରୀ ଉତ୍କଳ ଭାରତ ସାଧାରଣ ସମ୍ପାଦିକା ସାବିତ୍ରୀ ଜେନା ବିଦ୍ୟାର୍ଥୀ ଉତ୍କଳ ଭାରତ ସଭାପତି ପ୍ରତ୍ୟୁଷ ନାୟକ, ସାଧାରଣ ସମ୍ପାଦକ ବିଶ୍ୱଜିତ ଚକ୍ରବର୍ତ୍ତୀ, ଝାରସୁଗୁଡା ଜିଲ୍ଲା ସଭାପତି ଦେବାନନ୍ଦ ବାରିକ, ଗଂଜାମ ସଭାପତି ପୀତବାସ ପଣ୍ଡା, ବ୍ରହ୍ମପୁର ସମ୍ପାଦକ ସୀମାଚଳ ବେହେରା, ରାୟଗଡ଼ା ଜିଲ୍ଲା ସଭାପତି ସଲମନ ରେଡି, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ହରୀଶ ଜେନା, ବାଲେଶ୍ୱର ଜିଲ୍ଲା ସଭାପତି ବଳରାମ ପରିଡା, ସମ୍ପାଦକ କମଳା ଦାସ, ଅଜୟ ପ୍ରଧାନ, ନୟାଗଡ଼ ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ସଭାପତି ତ୍ରୀନାଥ ପାଲଟା ସିଂହ, ଭୁବନେଶ୍ୱର ସଭାପତି ନବକିଶୋର ପ୍ରଧାନ, ପୁରୀ ଜିଲ୍ଲା ସଭାପତି ଗଂଗାଧର ମାନସିଂହ, କେନ୍ଦୁଝର ଜିଲ୍ଲା ସଭାପତି କାଳନ୍ଦୀ ଚକ୍ର, ଜଗତସିଂହପୁର ଜିଲ୍ଲା ସଭାପତି ରଂଜନ ରାୟ, ପୂର୍ବ କଟକ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ପଶ୍ଚିମ କଟକ ଜିଲ୍ଲା ସଭାପତି ଜ୍ଞାନରଂଜନ ମହାପାତ୍ର, ସମପାଦକ ପ୍ରମୋଦ ଜେନା, କେନ୍ଦ୍ରାପଡା ଜିଲ୍ଲା ସଭାପତି ହରିଶ ଜେନା, ଅନଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ସାହୁ ଆଦି ଭାଗନେବା ସହ ଗିରଫ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ପ୍ରଦିବାଦ ସଭାରେ ଶ୍ରୀ ଖାରବେଳ ସ୍ୱାଇଁ କହିଥିଲେ ଯେ, ଦୀର୍ଘ ୧୮ ବର୍ଷ ଧରି ଶାସନ କରୁଥିବା ବିଜେଡି ପକ୍ଷରୁ ଏବେ ବିଧାନ ପରିଷଦ ଗଠନ ପାଇଁ ଯେଉଁ ପ୍ରସ୍ତାବ ବିଧାନ ସଭାରେ ଗୃହୀତ ହୋଇଛି ତାହାର କୌଣସି ଆବଶ୍ୟକତା ନାହିଁ। ରାଜ୍ୟସଭା ପରି ବିଧାନ ପରିଷଦର କୌଣସି କ୍ଷମତା ନାହିଁ। ବିଧାନ ସଭାରେ ଗୃହୀତ ହୋଇଥିବା ଗୋଟିଏ ବିଲ୍କୁ ବିଧାନ ପରିଷଦ କେବଳ ଦୁଇଟି ପର୍ଯ୍ୟାୟରେ ୪ ମାସ ଅଟକାଇପାରିବ। ଏହି ୪ ମାସ ପରେ ଯଦି ବିଧାନ ପରିଷଦ ସେହି ବିଲ୍କୁ ଗୃହୀତ ନକରେ ତା’ହେଲେ ବିଲ୍ଟି ଆପେ ଆପେ ଗୃହୀତ ହୋଇଗଲା ବୋଲି ଧରିନିଆଯାଏ। ରାଷ୍ଟ୍ରପତି ନିର୍ବାଚନରେ ଓ ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ବିଧାନ ସଭା ସଦସ୍ୟଙ୍କ ପରି ବିଧାନ ପରିଷଦ ସଦସ୍ୟମାନଙ୍କର କୌଣସି ଭୋଟ ଦେବାର ଅଧିକାର ନାହିଁ। କିନ୍ତୁ ଏମାନେ ବିଧାୟକମାନଙ୍କ ପରି ଦରମା, ଭତ୍ତା, ପେନସନ, ଘର ଆଦି ସମସ୍ତ ସୁବିଧା ସୁଯୋଗ ପାଇବେ। ଓଡ଼ିଶା ସରକାଙ୍କର ଏଥିପାଇଁ ବର୍ଷକୁ ଅତି କମରେ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ କିଛି କାମ ନଥିବା ଏହି ଅନୁଷ୍ଠାନକୁ କାହିଁକି ଗଢ଼ାଯିବ? ବିଜେଡିରେ ଦଳର ଟିକେଟ ପାଉନଥିବା ଅବା ନିର୍ବାଚନରେ ହାରିଥିବା ନେତାମାନଙ୍କ ପାଇଁ ଏହା ଏକ ଥଇଥାନ ବ୍ୟବସ୍ଥା ଅଟେ। କଂଗ୍ରେସ ଓ ବିଜେପି ଦଳ ଏହାକୁ ବିରୋଧ ନକରି ବରଂ ପରୋକ୍ଷରେ ସମର୍ଥନ କରୁଛନ୍ତି କାରଣ ସେମାନଙ୍କ ଦଳର କିଛି ନେତା ଏଥିରେ ଥଇଥାନ ହୋଇଯିବେ ବୋଲି ଭାବୁଛନ୍ତି।

ସେ କହିଥିଲେ ଯେ, ଉତ୍କଳ ଭାରତ ଏହାକୁ ତୀବ୍ର ବିରୋଧ କରୁଛି ଓ ସାରା ଓଡ଼ିଶାରେ ସଭାସମିତି କରି ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟିକରିବ। ଯଦି ବି ବିଜେଡି, ବିଜେପି ଓ କଂଗ୍ରେସ ଦଳ ଏହାକୁ ସମର୍ଥନ କରନ୍ତି ଓ ବିଧାନ ପରିଷଦ ଶେଷକୁ ଗଢ଼ାଯାଏ, ତଥାପି ମଧ୍ୟ ଉତ୍କଳ ଭାରତ କ୍ଷମତାକୁ ଆସିଲେ ଏହି ଗୃହକୁ ଭାଙ୍ଗିଦେବ। ଓଡିଶାର ଜନସାଧାରଣଙ୍କୁ ଲୁଟି ରାଜ୍ୟର କିଛି ବ୍ୟକ୍ତିଙ୍କୁ ସୁବିଧା ସୁଯୋଗ ଦେବାର ଏଭଳି ପ୍ରୟାସକୁ ଉତ୍କଳ ଭାରତ ସହ ମିଶି ବିରୋଧ କରିବାକୁ ସେ ଆହ୍ୱାନ ଦେଇଥିଲ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top