ଓଡ଼ିଶା

ବିଧାନ ପରିଷଦ ଗଠନ ପାଇଁ ଏକ ଅନୁଧ୍ୟାନ କମିଟି ଅଧ୍ୟକ୍ଷ ଡ. ନୃସିଂହ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ

ଭୁବନେଶ୍ୱର, ୩/୮/୨୦୧୮ (ଓଡ଼ିଆ ପୁଅ) : ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ଏକ ଅନୁଧ୍ୟାନ କମିଟି ଅଧ୍ୟକ୍ଷ ଡ. ନୃସିଂହ ସାହୁଙ୍କ ନେତୃତ୍ୱରେ ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରିଥିଲେ। ଅନୁଧ୍ୟାନ ପରେ କମିଟି ଅଧ୍ୟକ୍ଷ ଡ. ସାହୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ଡ. ସାହୁ ଉଲ୍ଲେଖ କରିଛନ୍ତି ଯେ ତେଲେଙ୍ଗାନାର ବିଧାନ ପରିଷଦ ଢାଞ୍ଚାରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରାଯାଉ। ଏହାକୁ ରାଜ୍ୟ ସରକାର ଅତି ଗୁରୁତ୍ୱର ସହ ନେଇଛନ୍ତି ଏବଂ ଖୁବ୍‌ଶୀଘ୍ର ବିଧାନ ପରିଷଦ ଗଠନ କ୍ଷେତ୍ରରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top