ଓଡ଼ିଶା

ବିଧାନସଭା ସମ୍ମୁଖରେ ଧାରଣାରତ ସଙ୍ଗଠନ ମାନଙ୍କ ଆନ୍ଦୋଳନରେ ସାମିଲ ହେଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର, ତା.୦୬/୦୯ (ଓଡ଼ିଆ ପୁଅ): ବିଧାନସଭା ସମୟରେ ନିଜର ବିଭିନ୍ନ ଦାବି ନେଇ ଧାରଣା ଦେଇଥିବା ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡିଶା ରାଜ୍ୟ ପଂଚାୟତ ସମିତି ସଭ୍ୟ/ସଭ୍ୟା ମହାସଂଘ ପରି ସଙ୍ଗଠନ ମାନଙ୍କର ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇ ବିଜେପିର ଏକ ପ୍ରତିନିଧି ଦଳ ସେମାନଙ୍କୁ ସମର୍ଥନ ଜ୍ଞାପନ କରିଛନ୍ତି।

ଦଳର ବରିଷ୍ଠ ନେତ୍ରୀ ସୁରମା ପାଢୀ, ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର ଓ ପଂଚାନନ ନାଏକ ପ୍ରମୁଖ ଆଜି ଧାରଣା ସ୍ଥଳକୁ ଯାଇ ସେମାନଙ୍କ ଧାରଣାରେ ସାମିଲ ହେବାସହ ବିଜେପି ପକ୍ଷରୁ ତାଙ୍କୁ ସମ୍ପୂର୍ଣ ଭାବେ ସମର୍ଥନ କରିଥିଲେ।

ଗଣତନ୍ତ୍ରରେ ନିଜର ଅଧିକାର ହାସଲ ପାଇଁ ଧାରଣା, ଆନ୍ଦୋଳନ ଏକ ମାଧ୍ୟମ ହୋଇଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଏହି ଦୁଇଟି ସଙ୍ଗଠନର କର୍ମକର୍ତା ମାନଙ୍କୁ ଡାକି ସେମାନଙ୍କର ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top