ବିଧାନସଭା ଘେରିବେ ବି.ଏଡ୍. ଶିକ୍ଷା ସହାୟକ

ଭୁବନେଶ୍ଵର, ୨୮/୧ (ଓଡ଼ିଆ ପୁଅ) : ସ୍ଥାନୀୟ ଲୋୟର ପିଏମଜିଠାରେ ବି.ଏଡ ଶିକ୍ଷା ସହାୟକ ସଂଘ, ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ ସ୍ବାଗତ ଭାଷଣ ସହ ଆଜିର ବୈଠକର ଆଭିମୁଖ୍ୟକୁ ବିସ୍ତାରିତ ରୂପରେ ଆଲୋଚନା କରିଥିବା ବେଳେ ରାଜ୍ୟସଂଘ ସଭାପତି ଅଜୟ କୁମାର ଧଳା ସଂଗଠନର ବିଗତ କାର୍ଯ୍ୟକ୍ରମ ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ରାଜ୍ୟରେ ଶିକ୍ଷା ଅଧିକାର ଅଧିନିୟମ ୨୦୧୦ ମସିହାରେ ଲାଗୁ ହେବା, ଉଚ୍ଚନ୍ୟାୟାଳୟଙ୍କ ୨୦୧୦ ମସିହାରେ ନିର୍ଦ୍ଦିଷ୍ଟ ଟିଜିଟି (ବି.ଏ.’, ବି.ଏସସି, ବି.ଏଡ ଓ +୨ ସି.ଟି. ଖାଲିଥିବା ପଦବୀ ସୃଷ୍ଟି ପଦବୀରେ ନିଯୁକ୍ତି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ଆଦିକୁ ବିଚାରକୁ ନେଇ ରାଜ୍ୟସରକାର (୧) (କ) ଟି.ଜି. ଟି. (ବିଜ୍ଞାନ), (ଖ) ଟି.ଜି. ଟି. (କଳା) (୬ଷ୍ଠ ରୁ ୮ ମ) ଏବଂ ସେହିପରି (୨) (କ) +୨ ସି.ଟି (ଡି.ଇ.ଇ.) (କଳା)। (ଖ) +୨ ସି.ଟି. (ଡି.ଇ.ଇ.) ବିଜ୍ଞାନ (୧ମ ରୁ ୫ ମ) ପଢ଼ାଇବା ପାଇଁ ୨୦୧୧ ମସିହାଠାରୁ ବିଜ୍ଞାପନ ପ୍ରକାଶ କରି ଶିକ୍ଷା ସହାୟକ ନିଯୁକ୍ତି ଦେଇଥିଲେ। ମାତ୍ର ଅନେକଙ୍କର ଓ.ଟି.ଇ.ଟି.–୨ ଯୋଗ୍ୟତା ହାସଲ ସହ ସମସ୍ତ ତାଲିମ୍ ଥିବା ସତ୍ତେ୍ୱ ସେମାନଙ୍କ ପାଇଁ ବିଜ୍ଞାପନ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ଟି.ଜି. ଟି. ପଦ ସୃଷ୍ଟି କରିବାରେ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତି ହିଁ ବି.ଏଡ. ଶିକ୍ଷା ସହାୟକଙ୍କ ମନରେ ଅସନ୍ତୋଷର ଅଗ୍ନିକୁ କୁହୁଳାଇବାରେ ଲାଗିଛି।

ଉପସ୍ଥିତ କର୍ମକର୍ତ୍ତାଙ୍କ ମଧ୍ୟରୁ ଅର୍ଚ୍ଚନା ଜେନାଙ୍କୁ ରାଜ୍ୟ ବି.ଏଡ୍ ଶିକ୍ଷା ସହାୟକଙ୍କ ନାରୀ-ସଭାନେତ୍ରୀ, ସରୋଜ ପଣ୍ଡାଙ୍କୁ ଉପସଭାପତି, ବିକାଶ ଜେନାଙ୍କୁ ଉପ-ସମ୍ପାଦକ ଭାବେ ମନୋନୀତ କରାଯିବା ସହ ଆନ୍ଦୋଳନକୁ ଅଧିକ ଶାଣିତ କରିବା ପାଇଁ ମକର କେତନ ସାହୁ, ଦିଲ୍ଲୀପ ଖଣ୍ଡାୟତ ରାୟ, ଉମେଶ ନାୟକ, ସନ୍ତୋଷ ଦାସ, ଲଲାଟେନ୍ଦୁ ମାହଲ, ଶିବାଜୀ ପ୍ରଧାନ, ଆଦିଙ୍କୁ ଜୋନାଲ୍ ସମ୍ପାଦକ ପଦକୁ ଯୋଗ ତାଲିକାରେ ମନୋନୀତ କରାଯାଇଛି।

ରାଜ୍ୟ ସରକାର ସମସ୍ତ ବି.ଏଡ୍ ଶିକ୍ଷା ସହାୟକଙ୍କୁ ମୂଳ ଦରମା ଟ ୯, ୩୦୦ ଙ୍କା + ଗ୍ରେଡ୍ ପେ ଟ ୪, ୬୦୦ ଙ୍କା ପ୍ରଦାନ ସହ ସପ୍ତମ ବେତନ କମିଶନ ସୁପାରିଶ ମୁତାବକ ବର୍ଦ୍ଧିତ ବେତନ ଓ ବି.ଏଡ୍ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ଦିନାଙ୍କରୁ ଲେବୁଲ-୩ କ୍ୟାଡରରେ ନିୟମିତ କରିବା ପାଇଁ ନ୍ୟାୟୋଜିତ ପଦକ୍ଷେପ ନ ନେଲେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଦୁର୍ବାର ଆନ୍ଦୋଳନ କରିଦବା ପାଇଁ ରାଜ୍ୟ ସଂଘ ତରଫରୁ ଦୁର୍ଯ୍ୟୋଧନ ଦାସ, ଉମେଶ ଚନ୍ଦ୍ର ନାୟକ, ପ୍ରଦ୍ୟୁମ୍ନ ବାରିକ, କାଳିନ୍ଦୀ ଚରଣ ଜେନା, ଅନାଦି ନାୟକ, ନୃସିଂହ ଚରଣ ସାହୁ, କ୍ଷିରୋଧ ଚନ୍ଦ୍ର ସ୍ଵାଇଁ, ପୂର୍ଣ୍ଣଚନ୍ଦ୍ର ଖଟୁଆ, ରତିକାନ୍ତ ରାଉତ, ଅମୂଲ୍ୟ ଲେଙ୍କା, ସମ୍ପଦ କୁମାର ପାତ୍ର, ବିନୟ ପଟ୍ଟନାୟକ, ଆଲୋକ ରାଉତ ପ୍ରମୁଖ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *