ଓଡ଼ିଶା

ବିଧାନସଭା ଗୃହ କମିଟି ଅଧ୍ୟକ୍ଷଙ୍କ ମାଲକାନଗିରି ଗସ୍ତ, ବିଦ୍ୟୁତ, ସାଧରଣ ବଟଂନ, କୃଷକଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା ବୈଠକ

ମାଲକାନଗିରି, ୧ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାକୁ ଚଳିତବର୍ଷ ପ୍ରଥମ ଥର କରି ବିଧାନସଭା ଗୃହକମଟି ସଭାପତି ତଥା ବିଧାୟକ ଜୋଗେନ୍ଦ୍ର ବେହେରା ଓ କମିଟିର ବରିଷ୍ଠ ସଦସ୍ୟ ବିଧାୟକ ଚନ୍ଦ୍ରଶେଖର ମାଝି ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଷ୍ଟାଣ୍ଡିଙ୍ଗ କମିଟିର ସଭାପତି ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାରେ ବିଦ୍ୟୁତୀ କରଣ, ଜମି ଅଧିଗ୍ରହଣ, ଗରିବ ଲୋକଙ୍କୁ ଥଇଥାନ କରି ଜମି ପ୍ରଦାନ, ନିୟନ୍ତ୍ରୀତ ବଜାର କମଟି, ସାଧରଣ ବଣ୍ଟନ ବ୍ୟବସ୍ଥା ସୂଚାରୁ ଭାବେ ପରିଚାଳନା କରିବା, ସବୁ ଗରିବଙ୍କୁ ରାସନ କାର୍ଡ ବଣ୍ଟନ କରିବା, କୃଷକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଉତ୍ପାଦିତ ଧାନ, ମାଣ୍ଡିଆ, ବାଦାମ, ବିଭିନ୍ନ ଫସଲର ଉପର ଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିବା, ଧାନ ସଂଗ୍ରହ ଓ ଧାନ ମଣ୍ଡିରେ ବିକ୍ରୟ କରୁଥିବା ଚାଷୀମାନଙ୍କୁ ସାତଦିନ ମଧ୍ୟରେ ଅର୍ଥ ପ୍ରଦାନ କରିବା, ମଣ୍ଡି ଗୁଡିକୁ ସୁପରିଚାଳନା କରିବା, ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ମଣ୍ଡି ଓ ହାଟ ଗୁଡିକର ମୌଳିକ ସୁବିଧା ପ୍ରତି ଗୁରୁତ୍ୱଦେବା, ସେବା ସମବାୟ ସଂସ୍ଥା ଓ ଲ୍ୟାମ୍ପସ ଗୁଡିକରେ ସୁପରିଚାଳନା କରି କୃଷକମାନଙ୍କୁ ଠିକ ସମୟରେ ଋଣ ପ୍ରଦାନ କରିବା, ଜିଲ୍ଲାରେ କାର୍ଯ୍ୟ କରୁଥିବା ସେରି କଲଚର, ହଟିକଲଚର, ଜିଲ୍ଲା ଶିଳ୍ପକେନ୍ଦ୍ର ପ୍ରତି ଗୁରୁତ୍ୱ ଦେଇ ସେଗୁଡିକୁ ସୂଚାରୁଭାବେ ପରିଚାଳନା କରିବା ସହିତ ଜିଲ୍ଲାର ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ, ଏପିଡି ମାନସ ମିଶ୍ର, ଡେପୁଟି କଲେକ୍ଟର ତପନ କୁମାର ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, ସହକାରି ଜିଲ୍ଲାପାଳ ଭଗବାନ ପାଣିଗ୍ରାହୀ, ନିୟନ୍ତ୍ରୀତ ବଜାର କମଟି ସଂପାଦକ ଗୁରୁଚରଣ ନାୟକ, ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ସମୀକ୍ଷା ବୈଠକ ଆଗରୁ ଗୃହକମିଟିର ସଭାପତି ଶ୍ରୀ ବେହେରା ଙ୍କ ସହିତ ବିଧାୟକ, ଜିଲ୍ଲାପାଳ, ଅନ୍ୟାନ ଅଧିକାରୀ ମାନେ ମାଥିଲି, ଖଇରପୁଟ, ମାଲକାନଗିରି ବ୍ଲକର ବିଭିନ୍ନ ପଚାଂୟତକୁ ପରିଦର୍ଶନରେ ଯାଇ ସେଠାରେ କିପରି ବିଦ୍ୟୁତକରଣ, ଯୋଗାଣ ଓ ସାଧରଣ ବଟଂନ ବ୍ୟବସ୍ଥା ଚାଲିଛି ତଦାରଖ କରିଥିଲେ ଓ ପଡିକାର୍ଡ ଧାରିଙ୍କୁ ଠିକ ଭାବେ ଚାଉଳ ଓ ଅନ୍ୟା ଯୋଗାଣ ସମାଗ୍ରୀ ମିଳୁଛି କି ନାହିଁ ପଚାରି ବଝିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top