ଜିଲ୍ଲା ପରିକ୍ରମା

ବିଧବା ମହିଳାଙ୍କ ଶୌଚାଳୟ ଭାଙ୍ଗିଲେ ଲ୍ୟାଣ୍ଡଗାର୍ଡ କର୍ମଚାରୀ

ରାଉରକେଲା ୭/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଲାଲଟାଙ୍କି ବସ୍ତିରେ ରହୁଥିବା ଜଣେ ଗରିବ ବିଧବା ମହିଳା ନିଜ ଘର ନିକଟରେ ଏକ ଶୌଚାଳୟ ନିର୍ମାଣ କରିଥିଲେ। ଆରଏସପି ଲ୍ୟାଣ୍ଡଗାର୍ଡ କର୍ମଚାରୀ ମାନେ ସେଠାରେ ପହଂଚି ଶୌଚାଳୟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ବିଧବା ମହିଳାଙ୍କ ସମେତ ସ୍ଥାନୀୟ କର୍ମଚାରୀ ମାନଙ୍କୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା। ଶେଷରେ ଜୋର ଜବରଦସ୍ତ ଲ୍ୟାଣ୍ଡଗାର୍ଡ କର୍ମଚାରୀ ମାନେ ଶୌଚାଳୟକୁ ଭାଙ୍ଗି ଦେଇଥିଲେ। କର୍ମଚାରୀ ମାନେ ସେଠାରେ ଥିବା ମହିଳା ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଧବା ମହିଳା ଜଣଙ୍କ ସ୍ଥାନୀୟ ପୁଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଗୁହାରି ନଶୁଣିାରୁ ଗତକାଲି ରାଉରକେଲା ଏସପିଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରି ବସ୍ତି ଓ ଗାଁରେ ଶୌଚାଳୟ ର୍ନିମାଣ କରୁଥିବା ବେଳେ, ଆରଏସପି ପକ୍ଷରୁ ଶୌଚାଳୟକୁ ଭଙ୍ଗାଯିବା ଘଟଣାକୁ ନେଇ ବୁଦ୍ଧିଜିୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଲାଲଟାଙ୍କି ଅଂଚଳର ଆରଏସପି ଜମିରେ ଜରଦଖଲ କରି ଅନେକ ଘର ନିର୍ମାଣ ହୋଇଛି। କିଛି ଘରର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ, ସେଥିପ୍ରତି ଲ୍ୟାଣ୍ଡ ଗାର୍ଡ ବିଭାଗ ପକ୍ଷରୁ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। କିନ୍ତୁ ବିଭାଗର କର୍ମଚାରୀ ମାନେ ଜଣେ ଗରିବ ବିଧବା ମହିଳାଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ କରିବା ସହ ତାଙ୍କ ଶୌଚାଳୟକୁ ଭାଙ୍ଗିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଭାଗ ପକ୍ଷରୁ ସମସ୍ତଙ୍କ ପାଇଁ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top