ଜଗତସିଂହପୁର

ବିଧବା ମହିଳାଙ୍କ ଥାନାରେ ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ନେଉନାହିଁ ପୋଲିସ

ତିର୍ତ୍ତୋଲ ୧୧/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଷ୍ଠି ମଲ୍ଲିକାପୁର ପଞ୍ଚାୟତ ଅତାମୁଳ ଗ୍ରାମର ସ୍ୱର୍ଗତ ସରୋଜ ନାୟକଙ୍କ ପତ୍ନୀ ସରିତା ନାୟକ ଆଜି ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଜୀବନ ଓ ପିଲାମାନଙ୍କ ଜୀବନ ପ୍ରତି ବିପଦ ଥିବାନେଇ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୫ ବର୍ଷତଳେ ତାଙ୍କ ସ୍ୱାମୀ ମରିଯିବାପରେ ଦୁଇଟି ଛୋଟ ପୁତ୍ର ସନ୍ତାଙ୍କୁ ନେଇ ଅତାମୂଳ ଗ୍ରାମରେ ବସବାସ କରନ୍ତି। ପୂର୍ବରୁ ମୋର ଅସହାୟ ଅବସ୍ଥାର ସୁଯୋଗ ନେଇ ସେହି ଗ୍ରାମର ବଂଶୀଧର ଦାସଙ୍କ ପୁତ୍ର ଅଜୟ ଦାସ ତାଙ୍କ ଘରେ ପଶି ଖରାପ ବ୍ୟବହାର କରିବାପାଇଁ ଉଦ୍ୟମ କରୁଥିଲେ। ଏ ସମ୍ପର୍କରେ ୪ ରୁ ୫ ଥର ତିର୍ତ୍ତୋଲ ଥାନାରେ ମଧ୍ୟ ଜଣାଇଥିଲେ। ଗତ ୬.୬.୨୦୧୮ରିଖ ଘରେ ପଶି ମୋ ପିଲାମାନଙ୍କୁ ମାରଧର କରିବା ସହିତ ଜୀବନରୁ ମାରିବାକୁ ଉଦ୍ୟମ କରୁଥିବାବେଳେ ମୁଁ ଏହାକୁ ପ୍ରତିବାଦ କରିଥିଲି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାଦ୍ୱାରା ଆହତ ମଧ୍ୟ ହୋଇଥିଲି। ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲି। ପୋଲିସ କେଶ୍ ନଂ ୧୪୭/୧୮ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ନକରି ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ମୋତେ ଥାନାକୁ ଆଣି କୋର୍ଟ ଚାଲାଣ କରିଥିଲା। ଏବେ ଅଜୟ ଗାଁଆରେ ବୁଲି ପୁନର୍ବାର ମୋତେ ଓ ପୁଅମାନଙ୍କୁ ଭୁଜାଲିରେ ହାଣି ଜୀବନରୁ ମାରିଦେବାପାଇଁ ଧମକ ଚମକ ଦେଉଛି ବୋଲି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top