ବିଦ୍ୟୁତ ସେବା ଠପ୍, ୬ ପଂଚାୟତ ବାସିନ୍ଦା ଅନ୍ଧାରରେ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଉରକେଲା ୧୨/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଆଦିବାସୀ ଅଧୁ୍ୟଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ଏହାର ପରିଣାମ ନୀରୀହ ଗ୍ରାମବାସୀ ମାନଙ୍କୁ ଭୋଗିବାକୁ ପଡ଼ିଛି। ଲାଠିକଟା ବ୍ଲକର କୁଚେଇତା, ବାଙ୍କି, ଲାଠିକଟା, ସୁଇଡିହି, ମୁଣ୍ଡାଯୋର, ରାମଯୋଡ଼ି ପଂଚାୟତରେ ଗତ ମାସ ୧୬ ତାରିଖରୁ ବିଦ୍ୟୁତ ସରବାରାହ ବ୍ୟବସ୍ଥା ବ୍ୟାହତ ହୋଇଛି। ଯାହା ଫଳରେ ଏହି ଅଂଚଳ ଅନ୍ଧାର ମଧ୍ୟରେ ରହିବା ଫଳରେ ଗ୍ରାମବାସୀଙ୍କୁ ନାନା ପ୍ରକାର ଅସୁବିଧାର ସମ୍ ୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରୀତ ହୋଇ ରାଉରକେଲା ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗ୍ରାମାବାସୀ ମାନେ ବିଦ୍ୟୁତ ବିଭାଗର କାର୍ଯ୍ୟକୁ ସମାଲୋଚନା କରିଥିଲେ। ଲାଠିକଟା ବିଦ୍ୟୁତ ବିଭାଗରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଲୋକ ମାନେ ଅଭିଯୋଗ କରିଥିଲେ। ବିଜୁଳି ନଥିବାରୁ ଲୋକେ ହାତୀପଲକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏଣୁ ଆଗାମୀ ତିନି ଦିନ ମଧ୍ୟରେ ବିଜୁଳି ଯୋଗାଣ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *