ବିଦ୍ୟୁତ ସଂଯୋଗ କରୁଥିବା ବେଳେ ଖୁଣ୍ଟରୁ ପଡି ଜଣେ ମୃତ

ହରିଚନ୍ଦନପୁର, ତା୧୯.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମ ପଞ୍ଚାୟତର ମୁଦିନୁଚା ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟୁତ ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ତଳେ ପଡ଼ି ଗୁରୁତର ହେଇଛି। ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସମୟରେ ମୁଦିନୁଚା ଗ୍ରାମର ଦଶରଥ ମୁଣ୍ଡାଙ୍କ ପୁଅ ଭାଇଗ ମୁଣ୍ଡା (୨୨) ବିଦ୍ୟୁତ ଖୁଣ୍ଟରେ ଚଢିଥିବା ବେଳେ ବିଦ୍ୟୁତ ଆଘାତରେ ଆସି ଗୁରୁତର ହେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକମାନେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିଦ୍ୟୁତ ବିଭାଗର ସୂଚନା ଅନୁଯାୟୀ ଭାଇଗ ମୁଣ୍ଡା ବିଦ୍ୟୁତ୍ ବିଭାଗ ର କର୍ମଚାରୀ ନୁହଁନ୍ତି ଓ ବିଦ୍ୟୁତ ବିଭାଗର ବିନା ଅନୁମତିରେ ଖୁଣ୍ଟରେ ଚଢି କାର୍ଯ୍ୟ କରୁଥିଲେ। ସ୍ଥାନୀୟ ପୋଲିସ ଖବର ପାଇ ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *