ବିଦ୍ୟୁତ ବିଲ ଆଦାୟ କରିବେ ସ୍ୱୟଂସହାହିକା ମହିଳା

ଘଟଗାଁ, ୧.୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ସହାୟିକା ମହିଳା ମାନେ ବିଦ୍ୟୁତ ବିଲ ବାଣ୍ଟିବା ସହ ବକେୟା ଅର୍ଥ ସଂଗ୍ରହ କରି ଆତ୍ମନିର୍ଭରଶୀଳ ହେବେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଚଳିତ ମାସଠାରୁ ସ୍ବୟସହାହିକା ଗୋଷ୍ଟିର ମହିଳା ମାନେ ପ୍ରତ୍ୟକ ଗ୍ରାମରେ ବିଦ୍ୟୁତ ବିଲ ବାଣ୍ଟି ଅର୍ଥ ସଂଗ୍ରହ କରି ରୋଜଗାର କରିବା ପାଇଁ ନେସ୍କୋ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ବିଭିନ୍ନ ସରକାରୀ ପ୍ରତ୍ସାହନରେ ଆତ୍ମନିର୍ଭରଶୀଳ ହେଉଥିବା ବେଳେ ନେସ୍କୋ ପକ୍ଷରୁ ରୋଜଗାର ପନ୍ଥାପାଇ ବେଶ ଉତ୍ସାହିତ ହୋଇଥିବା ଦେଖା ଯାଇଛି। ବିଦ୍ୟୁତ ବିଭାଗର ଦାଇତ୍ବ ତୁଲାଇବା ପାଇଁ ପ୍ରାରମ୍ଭିକ ସ୍ଥରରେ ମହିଳା ମାନଙ୍କୁ ତାଲିମ ଦିଆ ଯାଇଥିବା ବେଳେ ଆଗାମୀ ଦିନରେ ଅଦିକ ତାଲିମ ପ୍ରଦାନ କରାଯିବ ବୋଲି ନେସ୍କୋ ପକ୍ଷରୁ ପ୍ରକାଶ ପାଇଛି। ତେବେ ବିଦ୍ୟୁତ ବିଭାଗର କର୍ମଚାରୀ ଅଭାବ କାରଣରୁ ସ୍ବୟ ସହାହିକା ମହିଳା ମାନଙ୍କ ସହଯୋଗରେ ଉପଭୋକ୍ତା ମାନେ ଉତମ ସେବା ପାଇ ପାରିବେ ବୋଲି ଆଶା କରାଯାଇଛି।

Leave a Reply

Your email address will not be published. Required fields are marked *