ଓଡ଼ିଶା

ବିଦ୍ୟୁତ ବଂଟନରେ ଅନିୟମିତତା କାରଣରୁ ଟ୍ରାନ୍ସମିଶନ କ୍ଷତି ବଢିଯାଉଛି: ବିଜେପି

– ରାଜ୍ୟବାସୀ କେବେ ସୁଦ୍ଧା ୨୪ଙ୍ଘ୭ ଘଂଟିଆ ନିରବିଚ୍ଛନ ଉନ୍ନତମାନର ବିଦ୍ୟୁତ ସେବା ପାଇବେ ?
– ସରକାରୀ ସ୍ତରରେ ବିଦ୍ୟୁତ ବିତରଣ ବ୍ୟବସ୍ଥା କେବେ କରିବେ ?
– ମିଟର ପାଇଁ ସରକାର ଧାର୍ଯ୍ୟ କରିଥିବା ୫୦ ଟଙ୍କା ପରିବର୍ତେ ଗ୍ରାହକମାନଙ୍କଠାରୁ ୪୦୦ରୁ ୫୦୦ ଟଙ୍କା ଆଦାୟ କରାଯାଉଛି

ଭୁବନେଶ୍ୱର ୧୨ ମଇ (ଓଡ଼ିଆ ପୁଅ) ଓଡିଶା ଆଜି ପଛୁଆ ହୋଇ ରହିଯିବାରେ ମୁଖ୍ୟ କାରଣ ହେଲା ରାଜ୍ୟରେ ଘୋର ବିଜୁଳିର ଅଭାବ। ଏକଦା ବଳକା ବିଦ୍ୟୁତ ରାଜ୍ୟ ଭାବେ ପରିଗଣିତ ଓଡିଶା ବର୍ତମାନ ବିଦ୍ୟୁତ ନିଅଂଟିଆ ରାଜ୍ୟ ଭାବେ ପରିଚିତ ହୋଇଛି। ଆମ ରାଜ୍ୟରୁ କୋଇଲା କିଣି ଅନ୍ୟ ରାଜ୍ୟମାନେ ନିଜ ନିଜ ଆବଶ୍ୟକୀୟ ବିଜୁଳିକୁ ପୂରଣ କରୁଥିବାବେଳେ ଓଡିଶାରେ ବିଜୁଳି ନିଅଂଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ କହିଛନ୍ତି।

ଶକ୍ତି ବିଭାଗର ସମସ୍ତ ସଂପତି ରାଜ୍ୟ ସରକାରଙ୍କର ନିଜସ୍ୱ ଅଟେ। ମାତ୍ର ବିତରଣ ପାଇଁ ଥିବା ବେସରକାରୀ କଂପାନୀମାନେ ଗ୍ରାହକମାନଙ୍କୁ ଉଚିତ୍ ମୂଲ୍ୟରେ ବିଜୁଳି ସେବା ଯୋଗାଇବା ପରିବର୍ତେ ଗ୍ରାହକଙ୍କୁ ମାତ୍ରାଧିକ ଶୋଷଣ କରୁଛନ୍ତି। ମିଟର ପାଇଁ ସରକାର ଧାର୍ଯ୍ୟ କରିଥିବା ୫୦ ଟଙ୍କା ପରିବର୍ତେ ଗ୍ରାହକମାନଙ୍କଠାରୁ ୪୦୦ରୁ ୫୦୦ ଟଙ୍କା ଆଦାୟ କରାଯାଉଛି।

ରାଜ୍ୟରେ ଗ୍ରାମାଂଚଳ ଓ ସହରାଂଚଳରେ ସାଧାରଣ ଲୋକ ପ୍ରବଳ ଖରାରେ ସିଝି ଅଘୋଷିତ ବିଜୁଳି କାଟକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖରାଦିନ ପୂର୍ବରୁ ଖୋଦ ମୁଖ୍ୟମନ୍ତ୍ରୀ ବିଜୁଳି ଯୋଗାଣର ସମୀକ୍ଷା କରି ଚଳିତ ବର୍ଷ ବିଜୁଳି କାଟ ହେବ ନାହିଁ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହାର ସାର୍ଟିଫିକେଟ ସାଧାରଣ ଲୋକ ମାନେ ରାଜରାସ୍ତାରେ ବିକ୍ଷୋଭ କରି ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି। ରାଜ୍ୟବାସୀ କେବେ ସୁଦ୍ଧା ୨୪ଙ୍ଘ୭ ଘଂଟିଆ ନିରବିଚ୍ଛନ ଉନ୍ନତମାନର ବିଦ୍ୟୁତ ସେବା ପାଇବେ ବୋଲି ଅନ୍ୟତମ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ କହିଛନ୍ତି।

ରାଜ୍ୟରେ ବିଦ୍ୟୁତ ବଂଟନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଯେଉଁ ଉଦ୍ଦେଶ୍ୟ ନେଇ ୨୨ ବର୍ଷ ତଳେ ସେସ୍କୋ, ୱେସ୍କୋ, ସାଉଥକୋ, ନେସ୍କୋ ଗଠନ କରାଯାଇଥିଲା, ତାହା ସାଧିତ ହୋଇପାରିଲା ନାହିଁ। ତେଣୁ ସରକାରୀ ସ୍ତରରେ ବିଦ୍ୟୁତ ବିତରଣ ବ୍ୟବସ୍ଥା କେବେ କରିବେ ? ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଓପିଟିସିଏଲ, ଗ୍ରିଡକୋ, ୱେସ୍କୋ, ନେସ୍କୋ, ସାଉଥକୋ ଏବଂ ସେସୁର ସିଏଜି ଅଡିଟ କାହିଁକି କରାଯାଉ ନାହିଁ ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି।

୫୦୦ଟି ନୂଆ ୩୩/୧୧ କେଭି ବିଶିଷ୍ଟ ସବଷ୍ଟେସନ ବସାଇବାର ନିଷ୍ପତି ୪ ବର୍ଷ ତଳେ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ହୋଇପାରିଲା ନାହିଁ। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେଉଥିବା ସତ୍ୱେ, ରାଜ୍ୟର ଗ୍ରାମୀଣ ଏବଂ ଟ୍ରାଇବାଲ କ୍ଷେତ୍ରରେ ୪୦ ଲକ୍ଷ ଗୃହକୁ ବିଦ୍ୟୁତ ସଂଯୋଗ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

୫୦-୬୦ ବର୍ଷ ପୁରୁଣା ଡିଷ୍ଟ୍ରିବ୍ୟୁସନ ଲାଇନ ଏବଂ ୧୧ କେଭି ଲାଇନ, ଏଲଟି ଲାଇନ ପରିବର୍ତ୍ତନ କରାଯାଇ ନାହିଁ। ଆଗ୍ରି ଏବଂ ଫିସରି ଫିଡର ଅଲଗା କରାଯାଇ ଚାଷୀମାନଙ୍କୁ ନିରବିଚ୍ଛନ ଭାବେ ମାଗଣା ବିଦ୍ୟୁତ କାହିଁକି ଯୋଗାଇ ଦିଆଯାଉନାହିଁ ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି।

ବିଦ୍ୟୁତ ବିତରଣ ବ୍ୟବସ୍ଥା ବେସରକାରୀ ସଂସ୍ଥାକୁ ବିକ୍ରି କରିଦେଇ ଶାସକ ବିଜେଡି ନିଜ ଦଳୀୟ ନିର୍ବାଚନ ପାଂଠି ସଂଗ୍ରହ କରିବାର ପ୍ରୟାସ କରୁଛି ବୋଲି ଶ୍ରୀ ରାୟ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top