ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମହିଳା ମୃତ

ଢେଙ୍କିକୋଟ, ତା ୦୧.୦୬.୧୮(ଓଡିଆ ପୁଅ /ବିରେନ୍ଦ୍ର କୁମାର )- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତଣ୍ଡିବେଡା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ମଦନ ନାଏକଙ୍କ ପତ୍ନୀ ସୁମିତ୍ରା ନାଏକ। ସକାଳୁ ଗାଧୋଇ ସାରିବା ପରେ ଓଦାକପଡା ସୁଖାଉଥିବା ବେଳେ ଅସାବଧାନତା କାରଣରୁ କପଡା ବିଦ୍ୟୁତ ତାର ଉପରେ ପଡିଯାଇଥିଲା। ସେହି ସମୟରେ ଘରେ ଅନ୍ୟ କେହି ସଦସ୍ୟ ନଥିବା କାରଣରୁ ବହୁ ସମୟ ବିଦ୍ୟୁତ ସଂସ୍ପର୍ଷରେ ରହିବା ସହ ଗୁରୁତର ହୋଇ ତଳେ ପଡିଯାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଢେଙ୍କିକୋଟ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣାରେ ଢେଙ୍କିକୋଟ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *