ବିଦ୍ୟୁତ ଠିକା କର୍ମଚାରୀ ସଂଘ କନଭେନସନ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ସ୍ୱାସ୍ଥ୍ୟ ପରିବର୍ତେ ପୁଜିଂ ପତିଙ୍କ ସ୍ୱାସ୍ଥକୁ ଗୁରୁତ୍ୱ ଦେଉଛନ୍ତି। ଆର୍ଥୀକ ବିକାଶ ନାମରେ ସରକାରୀ ସଂସ୍ଥାର ଘରୋଇ କରୋଣ କରାଯାଉଛି। ଏଥିଯୋଗୁଁ ଶ୍ରମିକ ଶୋଷଣ ବୃଦ୍ଧି ପାଉଛି। ବିଦ୍ୟୁତ ଠିକା କର୍ମଚାରୀ ସଂଘ ପକ୍ଷରୁ ଶରଧା ମଣ୍ଡପ ଠାରେ ଆୟୋଜିତ କର୍ମଶାଳାରେ ଶ୍ରମିକ ନେତା ମାନେ ଏହି ଅଭିଯୋଗ ଆଣିଛନ୍ତି। କର୍ମଶାଳାରେ ଶ୍ରମିକ ନେତା ନବ କିଶୋର ମହାନ୍ତି କହିଲେ ଯେ ବିଦ୍ୟୁତ ବିତରଣ କଂପାନୀ ଗୁଡିକ ଉପରେ ୫୦୦ କୋଟିରୁ ଉର୍ଦ୍ଧ୍ୱ ବାକି ପଡିଛି। ସରକାର ସେମାନଙ୍କ ପ୍ରତି ଅହେତୁକ ଅନୁକଂପା ଦେଖାଉଥିବା ବେଳେ ଏହାର ପ୍ରଭାପ ସାଧାରଣ ଖାଉଟିଙ୍କ ଉପରେ ପଡୁଛି। ଚୁକ୍ତି ଭିତିକ କାର୍ଯ୍ୟକରୁଥିବା ଠିକା କର୍ମଚାରୀ ମାନଙ୍କୁ ଆଇନ ଅନୁଯାୟୀ ପାରିଶ୍ରମିକ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଆଇନ ଜିବୀ ତଥା ଶ୍ରମିକ ନେତା ଶ୍ରୀକାନ୍ତ ପରିଜାଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳାରେ ଶ୍ରମିକ ନେତା ଧୋବେଇ ସାହୁ,, ଭୀମସେନ ସ୍ୱାଇଁ, ଆଇନ ଜିବୀ ଗୋପାଳ କୃଷ୍ଣ ପଣ୍ଡା ବକ୍ତବ୍ୟ ରଖିଥିଲେ। ଠିକା କର୍ମଚାରୀଙ୍କୁ ମାସିକ ୧୮ ହଜାର ଟଙ୍କା ସର୍ବନିନ୍ମ ମଜୂରୀ, ଶ୍ରମ ଆଇନ ସଂଶୋଧନ, ଇପିଏଫ, ଇଏସଆଇ, ବୋନୋସ, ବାଇଆ ଦରମା ପ୍ରଦାନ। ସାମାଜିକ ନିରାପତା, ବେଆଇନର ଛଟେଇ ର ବନ୍ଦ ପାଇଁ କର୍ମଶାଳାରେ ଦାବି କରାଯାଇଥିଲା। ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ବିମଳ ନାୟକ, ଏସ କେ ଆଜାଦ, ଡି କିଶୋର ଏବଂ ଶରତ ଦାସ ପ୍ରମୁଖ କର୍ମଶାଳାରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *